ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଓଡ଼ିଶା, ଗୋଆରେ ଉଦ୍‌ଘାଟନୀ ମ୍ୟାଚ

ଭୁବନେଶ୍ୱର : ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ୨୦୨୨ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ୧୬ଟି ଅଂଶଗ୍ରହଣକାରୀ ଦଳ ଭେନୁ୍ୟରେ ପହଞ୍ଚି ସାରିଛନ୍ତି । ଓଡ଼ିଶା ଓ ଗୋଆରେ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ । ଆୟୋଜକ ରାଷ୍ଟ୍ର ଭାରତ ମଙ୍ଗଳବାର ରାତି ୮ଟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପଡିଆକୁ ଓହ୍ଲାଇବ । ଭାରତ ଗ୍ରୁପ୍‌ରେ ମରକ୍‌କୋ ଓ ବ୍ରାଜିଲ୍‌ ମଧ୍ୟ ରହିଛନ୍ତି । ମରକ୍‌କୋ ଓ ବ୍ରାଜିଲ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ଓପ୍‌ନିଙ୍ଗ ମ୍ୟାଚ୍‌ ଖେଳାଯିବ ।
 ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଓଡ଼ିଶା, ଗୋଆରେ ଉଦ୍‌ଘାଟନୀ ମ୍ୟାଚ
ସେହିଭଳି ଗୋଆର ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଗ୍ରୁପ୍‌-ବିର ଉଦଘାଟନୀ ମ୍ୟାଚ ଚିଲି ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ୍‌ର ୭ମ ସଂସ୍କରଣରେ ୧୬ଟି ଦଳକୁ ୪ଟି ଗ୍ରୁପ୍‌- ଏ, ବି, ସି ଓ ଡି ରେ ବିଭକ୍ତ କରାଯାଇଛି । ଭୁବନେଶ୍ୱର ଓ ଗୋଆ ବ୍ୟାତୀତ ବିଶ୍ୱକପ୍‌ର ତୃତୀୟ ଭେନୁ୍ୟ ହେଉଛି ମୁମ୍ବାଇ । ଯେଉଁଠାରେ ଆସନ୍ତା ଅକ୍‌ଟୋବର ୩୦ ତାରିଖରେ ଗ୍ରାଣ୍ଡ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ । ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଇଣ୍ଡିଆ ୨୦୨୨ସଂସ୍କରଣରେ ପୂର୍ବର ୩ ଚାମ୍ପିଅନ ଦଳ ଫ୍ରାନ୍‌ସ, ଜାପାନ ଓ ସ୍ପେନ୍‌ର ହଟ୍ଟଚମଟ ଦେଖିବାକୁ ମିଳିବ ।
 ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଓଡ଼ିଶା, ଗୋଆରେ ଉଦ୍‌ଘାଟନୀ ମ୍ୟାଚ
ଗ୍ରୁପ୍‌ ଏ’ରେ ଡେବୁ୍ୟଟାଣ୍ଟ ଭାରତ, ମରକ୍‌କୋ, ବ୍ରାଜିଲ ଓ ୟୁଏସ୍‌ଏ ରହିଛନ୍ତି । ୨୦୧୭ରେ ପୁରୁଷ ଦଳ ପରେ ଏବେ ଭାରତର ୧୭ ବର୍ଷରୁ କମ୍‌ ମହିଳା ଦଳ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍‌ରେ ଖେଳିବାକୁ ଯାଉଛି । ଗ୍ରୁପ୍‌ ବି’ରେ ପ୍ରଶଂସକଙ୍କ ପସନ୍ଦର ଟିମ୍‌ ଜର୍ମାନୀ ସମେତ ନାଇଜେରିଆ, ଚିଲୀ ଓ ନୁ୍ୟଜିଲାଣ୍ଡ ରହିଛନ୍ତି । ନାଇଜେରିଆ ୫ ଥର ଏହି ଟୁର୍ଣ୍ଣାମେଣ୍ଟ ଖେଳିଥିବା ବେଳେ ୩ ଥର କ ୍ୱାର୍ଟର ଫାଇନାଲକୁ ଯାଇଛି । ନାଇଜେରିଆ ଖେଳାଳିମାନେ ଏହି ପ୍ରତିଯୋଗିତାର ସମସ୍ତ ଗେମ୍‌ର ୫୦% ମ୍ୟାଚ୍‌ ଜିତିଛନ୍ତି । ସେହିପରି ଚିଲୀ ୨ୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଉଥିବା ବେଳେ ନୁ୍ୟଜିଲାଣ୍ଡ ଟୁର୍ଣ୍ଣାମେଣ୍ଟ୍‌ର ଉଦ୍‌ଘାଟନୀ ସଂସ୍କରଣ ଆୟୋଜନ କରିଥିଲା । ନୁ୍ୟଜିଲାଣ୍ଡ ୨୦୧୮ରେ ବ୍ରୋଞ୍ଜ ମେଡାଲ ମଧ୍ୟ ଜିତିଥିଲା । ଗ୍ରୁପ୍‌ ସି’ରେ ଡିଫେଣ୍ଡିଙ୍ଗ୍‌ ଚାମ୍ପିଅନ ସ୍ପେନ୍‌ ସହିତ ମେକ୍ସିକୋ, କଲମ୍ବିଆ ଓ ଚୀନ୍‌ ରହିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ର ଅନ୍ୟତମ ସର୍ବୋତ୍ତମ ଟିମ୍‌ ସ୍ପେନ୍‌ ଦୁଇଟି ବ୍ରୋଞ୍ଜ, ଗୋଟିଏ ସିଲ୍‌ଭର ଓ ଗୋଟିଏ ଗୋଲï ମେଡାଲ ଜିତିଛି । ଏହାଛଡା ମେକ୍ସିକୋ ମଧ୍ୟ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ରେ ନିରନ୍ତର ଉନ୍ନତ ପ୍ରଦର୍ଶନ ଦେଖାଇଆସିଛି । ମେକ୍ସିକୋ ୨୦୧୮ରେ ରନର୍‌-ଅପ୍‌ ହୋଇଥିଲା । ଦଳ୨୦ଟି ମ୍ୟାଚ୍‌ରୁ ୮ଟି ଲେଖାଏଁ ବିଜୟ ଓ ପରାଜୟର ସମ୍ମୁଖୀନ ହୋଇଥିଲା ।

 ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଓଡ଼ିଶା, ଗୋଆରେ ଉଦ୍‌ଘାଟନୀ ମ୍ୟାଚ
Spain’s forward Jennifer Hermoso

କଲମ୍ବିଆ ମୋଟ ୧୨ଟି ମ୍ୟାଚ୍‌ରୁ କେବଳ ଗୋଟିଏରେ ଜିତିଥିବା ବେଳେ ୪ଟି ଡ୍ର’ ରଖିଥିଲା । ତେବେ ଏହି ଦେଶ ସର୍ବଦା ପ୍ରତିଯୋଗିତାର ଟାଣୁଆ ଗ୍ରୁପ୍‌ ରେ ରହିଆସିଛି । ଚୀନ୍‌ ୩ୟ ଥର ପାଇଁ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ରେ ଭାଗ ନେବାକୁ ଯାଉଛି । ଚୀନ୍‌ ମୋଟ ୬ଟିରୁ ୨ଟି ମ୍ୟାଚ ଜିତିଛି । ଅନ୍ୟପକ୍ଷରେ ଗ୍ରୁପ୍‌’ ଡିରେ ଜାପାନ, ତାଞ୍ଜାନିଆ, କାନାଡା ଓ ଫ୍ରାନ୍ସ ରହିଛନ୍ତି । ଏସିଆନ ଫୁଟ୍‌ବଲର ପାୱାରହାଉସ୍‌ ଜାପାନ୍‌ ସବୁବେଳେ କ ୍ୱାର୍ଟର୍‌ ଫାଇନାଲରେ ପ୍ରବେଶ କରିଥିବା ବେଳେ ୩ଟି ଫାଇନାଲ ଖେଳିଛି । ୨୦୧୪ରେ ଟାଇଟଲ ଜିତିଥିଲା । ୩୦ଟି ମ୍ୟାଚରୁ ଜାପାନ ୨୨ଟି ଜିତିଥିବା ବେଳେ କେବଳ ୨ଟିରେ ପରାଜିତ ହୋଇଛି । କାନାଡା ଗତ ସଂସ୍କରଣରେ ୪ର୍ଥ ସ୍ଥାନରେ ରହିଥିଲା । ଦଳ ମୋଟ ୨୬ଟି ମ୍ୟାଚରୁ ୯ଟିରେ ବିଜୟୀ ହୋଇଛି । ପୂର୍ବତନ ଚାମ୍ପିଅନ ଫ୍ରାନ୍ସର ପ୍ରତିଯୋଗିତାରେ ୫୦%ର ରେକର୍ଡ ରହିଛି । ଦଳ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ର ଦୁଇଟି ସଂସ୍କରଣରେ ବିଜୟୀ ହୋଇଛି । ତାଞ୍ଜାନିଆ ପ୍ରଥମ ଥର ପାଇଁ ଫିଫା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି ।
 ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଓଡ଼ିଶା, ଗୋଆରେ ଉଦ୍‌ଘାଟନୀ ମ୍ୟାଚ
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ କଳିଙ୍ଗଷ୍ଟାଡିୟମରେ ବିଶ୍ୱକପ୍‌ ଉଦ୍‌ଘାଟନ ହେବ । ଏଥିପାଇଁ ସଜେଇ ହୋଇଛି ଷ୍ଟାଡିୟମରୁ ଆରମ୍ଭ କରି ସାରା ରାଜଧାନୀ । ୧୨ହଜାର କ୍ଷମତା ସମ୍ପନ୍ନ କଳିଙ୍ଗଷ୍ଟାଡିୟମ ଅତି ସୁନ୍ଦର ଭାବେ ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ରଙ୍ଗୀନ ହୋଇଛି । ଲାଲ, ସବୁଜ, ଧଳା ପ୍ରିଣ୍ଟ ସିଟ୍‌ ଗୁଡିକ ନୂଆ ରୂପ ଦିଆଯାଇଛି । ତା ସହ ଭୁବନେଶ୍ୱରର ବିଭିନ୍ନ ଛକରେ ଫୁଟବଲ ଫିଭର ଦେଖିବାକୁ ମିଳିଛି । ପୋଷ୍ଟର ବ୍ୟାନରେ ରାସ୍ତାଘାଟ ଝଲସୁଛି ।
କଳିଙ୍ଗଷ୍ଟାଡିୟମରେ ଆୟୋଜକ ଭାରତ ସମେତ ବ୍ରାଜିଲ, ମରେMା ଏବଂ ଆମେରିକା ଦଳ ମ୍ୟାଚ ଖେଳିବେ । ମଙ୍ଗଳବାର ରାତି ୮ଟାରେ ଭାରତ ଓ ଆମେରିକା ମଧ୍ୟରେ ହାଇଭୋଲଟେଜ ଲଢେଇ ହେବ । କଳିଙ୍ଗରେ ୧୧, ୧୪ ଓ ୧୭ ତାରିଖରେ ମୋଟ ୬ଟି ମ୍ୟାଚ ଖେଳାଯିବ ।
 ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଓଡ଼ିଶା, ଗୋଆରେ ଉଦ୍‌ଘାଟନୀ ମ୍ୟାଚ
ଚାରିସ୍ତରୀୟ ସୁରକ୍ଷା ବଳୟରେ କଳିଙ୍ଗ
ଫୁଟବଲ ବିଶ୍ୱକପ୍‌ ପାଇଁ କଳିଙ୍ଗଷ୍ଟାଡିୟମରେ ଚାରିସ୍ତରୀୟ ସୁରକ୍ଷା ବଳୟରେ ରହିବ । ସୋମବାର କଳିଙ୍ଗଷ୍ଟାଡିୟମ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପି୍ରୟଦର୍ଶୀ । ଭୁବନେଶ୍ୱର ଡିସିପିଙ୍କ ସମେତ ୬ ଅତିରିକ୍ତ ଡିସିପି, ୧୪ଏସ୍‌ପି, ୩୦ଇନ୍‌ସ୍ପେକଫର, ୧୦୦ଅଧିକାରୀଙ୍କ ସହ ୧୫ପ୍ଲାଟୁନ୍‌ ଫୋର୍ସ ମୂତୟନ କରିବେ । ଷ୍ଟାଡିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ହେବେ ।ପାର୍କିଂ ଆଉ ଟ୍ରାଫିକ୍‌କୁ ପରିଚାଳନା କରିବା ସହ ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ।
 ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଓଡ଼ିଶା, ଗୋଆରେ ଉଦ୍‌ଘାଟନୀ ମ୍ୟାଚ
ଗ୍ରୀନ ଗାରଭେଜ ବ୍ୟବସ୍ଥା
ପରିଷ୍କାର ପରିଚ୍ଛନ୍ନତା ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେଇଛି । ଷ୍ଟାଡିୟମ ଭିତରେ ଶୁଖିଲା ଓ ଓଦା ଅଳିଆ ପାଇଁ ଗ୍ରୀନ ଗାରଭେଜର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମର ଭିତର ଓ ବାହାର ସମସ୍ତ ସ୍ଥାନକୁ ପରିଷ୍କାର କରାଯାଇଛି । ଷ୍ଟାଡିୟମ ଭିତରେ ୫୦ଜଣ ସାନିଟାଇଜ ଷ୍ଟାପ୍‌, ୩ଜଣ ସୁପରଭାଇଜର, ଜଣେ ସିନିୟର ସୁପରଭାଇଜର, ଜଣେ ସହଯୋଗୀ ଓ ଅତିରିକ୍ତ କମିଶନର ନିୟୋଜିତ ରହିବେ ।

ଟିକେଟ କିଣିଲେ ପୂର୍ଣ୍ଣିମା
ଅନ୍ତର୍ଜାତୀୟ ମହିଳା ଆର୍ଥଲେଟ ପୂର୍ଣ୍ଣିମା ହେମ୍ବ୍ରମ୍‌ କଳିଙ୍ଗଷ୍ଟାଡିୟମରେ ଫିଫା ୧୭ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ର ମ୍ୟାଚଗୁଡିକରେ ଉପସ୍ଥିତ ରହି ଭାରତକୁ ଚିୟର କରିବା ପାଇଁ ଟିକେଟ କିଣିଛନ୍ତି । ପ୍ରଥମ ଥର ଓଡିଶାରେ ଫିଫା ବିଶ୍ୱକପ୍‌ ଆୟୋଜନ ହେଉଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
 ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଓଡ଼ିଶା, ଗୋଆରେ ଉଦ୍‌ଘାଟନୀ ମ୍ୟାଚ
କଳିଙ୍ଗର ଫୁଟବଲ ସଫଳତା
କଳିଙ୍ଗଷ୍ଟାଡିୟମରେ ସାଫ ୨୦ବର୍ଷରୁ କମ୍‌ ଚାମ୍ପିଅନ ସିପ୍‌, ଭାରତୀୟ ମହିଳା ଲିଗ୍‌, ସୁପର କପ୍‌, ଭାରତୀୟ ସୁପର ଲିଗ୍‌, ଓଡିଶା ମହିଳା ଲିଗ୍‌ ଫୁଟବଲ, ଏଆଇଏଫ୍‌ଏଫ୍‌ କୋଚିଂ କାର୍ଯ୍ୟକ୍ରମ ଆଦି ସଫଳତା ପୂର୍ବକ ଆୟୋଜନ ହୋଇସାରିଛି । ପ୍ରଥମ ଥର ପାଇଁ ଫିଫାର ବିଶ୍ୱସ୍ତରୀୟ ପ୍ରତିଯୋଗିତା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ କରିବାର ଅଧିକାର ହାସଲ କରିଛି କଳିଙ୍ଗ ।

Govt

Comments are closed.