ଜଗତସିଂପୁର : ବ୍ରାଉନ ସୁଗାର କାରବାର କରି ଧରାପଡ଼ିଲେ ବାପା-ପୁଅ I ଆଜି ବିପୁଳ ପରିମାଣର ବ୍ରାଉନ୍ସୁଗାର ନେଇ ବିକ୍ରି କରିବା ପାଇଁ ଜଗତସିଂହପୁରକୁ ଆସୁଥିବା ବେଳେ ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ଏହି ଦୁଇଜଣ । ଏହାବାଦ୍ ଜଗତସିଂହପୁର ଅଞ୍ଚଳର ବେପାରୀକୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୩୨୧ ଗ୍ରାମ୍ ବ୍ରାଉନ୍ସୁଗାର, ନଗଦ ୯୭ ହଜାର ଟଙ୍କା ଓ ଏକ ୟାମାହା ବାଇକ୍ (ଓଡି-୦୫ବିଏଲ୍-୪୯୩୩) ଜବତ କରାଯାଇଛି। ଜବତ ବ୍ରାଉନ୍ସୁଗାରର ବଜାର ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ହେଲେ ନିଆଳି ଥାନା ପତ୍ରକଣା ଅଞ୍ଚଳର ଦେବେନ୍ଦ୍ର ସାହୁ ଓରଫ୍ ଦେବୁଲି, ତାଙ୍କ ପୁଅ ସଞ୍ଜିତ ସାହୁ ଓରଫ୍ ରିଣ୍ଟୁ ଓ ଅନ୍ୟ ଜଣେ ହେଲେ ଜଗତସିଂହପୁର ଆଳିପିଙ୍ଗଳ ଅଞ୍ଚଳର ସୌମ୍ୟରଞ୍ଜନ ଭୋଇ ଓରଫ୍ ସାମୁନା। ସେମାନେ ଗତ କାଲି ରାତିରେ ବ୍ରାଉନ୍ସୁଗାର ଧରି ନିଆଳି ପଟୁ ଆଳିପିଙ୍ଗଳ ଆସୁଥିଲେ। ଖବର ପାଇ ଜଗତସିଂହପୁର ଥାନା ସବ୍ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ଭୋଳ ଓ ତାଙ୍କ ଟିମ୍ ଆଳିପିଙ୍ଗଳ ପାଖରେ ଅଚାନକ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା। ଯାଞ୍ଚ ବେଳେ ଦେବେନ୍ଦ୍ରର ପ୍ୟାଣ୍ଟ ପକେଟ୍ରୁ ବ୍ରାଉନ୍ସୁଗାର ମିଳିଥିଲା। ନିକଟରେ ଥିବା ସୌମ୍ୟରଞ୍ଜନ ମଧ୍ୟ ଧରା ପଡ଼ିଥିଲା। ପାଖରେ ୯୭ ହଜାର ଟଙ୍କା ଥିବାରୁ ବାଟରେ ମଧ୍ୟ ପ୍ରାୟ ବ୍ରାଉନ୍ସୁଗାର ବିକ୍ରି କରିଥିବା ସନ୍ଦେହ କରାଯାଉଛି। ସେମାନେ ବାଲେଶ୍ବର ଜଳେଶ୍ବର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି କାରବାର କରୁଥିଲେ ବୋଲି ଜଣ ପଡିଛି I ଫେରିଥାନ୍ତେ ବୋଲି କୁହାଯାଉଛି।

Comments are closed.