ଦିନ ଦି’ପହରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ଆଗକୁ ପାର୍ବଣ ଆସୁଥିବାବେଳେ ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ଵର ମଞ୍ଚେଶ୍ୱର ଥାନା ଅଧୀନ ଭିଏସଏସ ନଗରରେ ଥିବା ତ୍ରିନାଥ ବସ୍ତିରେ କିଛି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଛନ୍ତି। ଗୁରୁତର ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ଥାନାକୁ ଯାଇଥିଲେ ଇ ସେଠାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗୁରୁତର ଯୁବକ ଜଣକ କିଛି ଦିନ ହେବ ନିଶା ସେବନ କରିବା ଛାଡି ଦେଇଥିଲେ। ହେଲେ ଗୁରୁବାର ତ୍ରିନାଥବସ୍ତି ନିକଟରେ କିଛି ଦୁର୍ବୁତ୍ତ ତାଙ୍କୁ ଦେଖା ହୋଇ ନିଶା ସେବନ ପାଇଁ ଡାକିଥିଲେ। ଏବଂ ୧୧ ଶହ ଟଙ୍କା ମଧ୍ୟ ମାଗିଥିଲେ। ହେଲେ ଯୁବକ ଜନକ ସେମାନଙ୍କୁ ଟଙ୍କା ନଦେବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ I ଏହା ଦେଖି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଥାନାକୁ ନେଇ ଏତଲା ଲେଖାଇବା ପରେ ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Launching Ceremony of “AYUSHMAN BHARAT

Comments are closed.