ଉଜୁଡା କ୍ଷେତ ଦେଖି ଆଖି ବୁଜିଲେ ଚାଷୀ

ନିଆଳି : ଅଦିନିଆ ବର୍ଷାରେ ଧୋଇଗଲା ଧାନ କ୍ଷେତ । ଉଜୁଡା ଫସଲ ଦେଖି ଆଖି ବୁଜିଲେ ଆଉ ଜଣେ ଚାଷୀ। କଟକ ଜିଲ୍ଲା ନିଆଳୀ ବାରଙ୍ଗ ବ୍ଲକ ସୁମାନଡୀ ଗାଁରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ ଅଭିଯୋଗ ହୋଇଛି । ମୃତକ ଇନ୍ଦ୍ରଜିତ୍ ଛାଟୋଇ ବୋଲି ଜଣାପଡିଛି। ରବିବାର ସନ୍ଧ୍ୟାରେ ଇନ୍ଦ୍ରଜିତ୍ ନିଜ ଚାଷ ଜମିକୁ ଫସଲ ଦେଖିବାକୁ ଯାଇଥିଲେ। ଫସଲ ଦେଖି ଘରକୁ ଫେରିବା ପରେ ରାତିରେ ଘରେ ଖାଇ ପି’ଶୋଇଥିଲେ ତେବେ ସକାଳେ ସେ ଆଉ ଉଠି ନଥିଲେ । ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅମଳ ସମୟକୁ ଧାନ କ୍ଷେତର ଅବସ୍ଥା ଦେଖି ଇନ୍ଦ୍ରଜିତ ସବୁବେଳେ ଚିନ୍ତାରେ ରହୁଥିବା ନେଇ ପରିବାର ଲୋକେ କହିଛନ୍ତି । ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ସ୍ଥାନୀୟ ଲୋକେ ସରକାରୀ ସହାୟତା ଲାଗି ଦାବି କରିଛନ୍ତି। ନିଆଳି ଅଞ୍ଚଳରେ ଗତ ସପ୍ତାହେ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ଫସଲ ହାନୀ ଦେଖି ଅଗଷ୍ଟ ୩୧ ତାରିଖରେ କୈଳାସ ଚନ୍ଦ୍ର ପ୍ରଧାନ ନାମକ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିଲା ।

Launching Ceremony of “AYUSHMAN BHARAT

Comments are closed.