ମାର୍ବଲ ସିରିଜ୍‌ରେ ଫରହାନ

ଅଭିନେତା, ନିର୍ଦ୍ଦେଶକ, ସ୍କ୍ରିନ୍‌ ରାଇଟର୍‌, ଗାୟକ ଏବଂ ନିର୍ମାତା, ଅର୍ଥାତ୍‌ ମଲଫି-ଟ୍ୟାଲେଣ୍ଟେଡ୍‌ ଫରହାନ ଅଖତର ବଲିଉଡ୍‌ ପରେ ଏବେ ହଲିଉଡ୍‌ ମୁହାଁ ହୋଇଛନ୍ତି । ସେ ଖୁବଶୀଘ୍ର ଆଗାମୀ ସୁପରହିରୋ ସିରିଜ୍‌ ମିସ୍‌ ମାର୍ବଲରେ ନଜର ଆସିବାକୁ ଯାଉଛନ୍ତି । ମାର୍ବଲ ଷ୍ଟୁଡିଓ ବ୍ୟାନରରେ ନିର୍ମିତ ଏହି ସିରିଜ୍‌ ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାରରେ ଷ୍ଟ୍ରିମିଂ କରାଯିବ । ଏଥିସହ ଫରହାନ ଏହା ଜରିଆରେ ମାର୍ବଲ ସିନେମାଟିକ୍‌ ୟୁନିଭର୍ସରେ ଡେବୁ୍ୟ କରିବେ ।

 ମାର୍ବଲ ସିରିଜ୍‌ରେ ଫରହାନ

ଫରହାନଙ୍କ ପତ୍ନୀ ଶିବାନୀ ଦାଣ୍ଡେରକର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଏହାର ଟ୍ରେଲର ରିଲିଜ୍‌ ହୋଇସାରିଛି । ଏଥିରେ ଇମାନ ବେଲ୍ଲାନୀ ଟାଇଟ୍ରୁଲର ଚରିତ୍ର କମାଲ ଖାନଙ୍କ ରୂପରେ ଦେଖିବାକୁ ମିଳିବ । ହେଲେ ଏପର୍ଯ୍ୟନ୍ତ ଫରହାନ ଅଖତକଙ୍କ ଚରିତ୍ର ସମ୍ପର୍କରେ ସ୍ପଷ୍ଟ କିଛି ଜଣାପଡ଼ିନାହିଁ ।

 ମାର୍ବଲ ସିରିଜ୍‌ରେ ଫରହାନ

ହେଲେ ଖବର ଅନୁଯାୟୀ ଫରହାନ ଗେଷ୍ଟ୍‌ ଆପିୟରେନ୍ସ ଭାବେ ନଜର ଆସିପାରନ୍ତି, ଯାହା ବେଶ୍‌ ପ୍ରଭାବଶାଳୀ ଚରିତ୍ର ବୋଲି ଆଲୋଚନା କରାଯାଉଛି । ଏହି ସିରିଜ୍‌ରେ ଫରହାନ ଅଖତରଙ୍କ ବ୍ୟତୀତ ଅରାମିସ ନାଇଟ୍‌, ସାଗର ଶେଖ୍‌, ଋଷ ଶାହ, ଜେନୋବିୟା ଶ୍ରର୍ଫ, ମୋହନ କପୁର, ମ୍ୟାଟ୍‌ ଲିଣ୍ଟେଜ୍‌, ୟାସ୍ମୀନ ଫ୍ଲେଚର୍‌, ଲେନ୍ଥ ନାକଲି, ଅଜହର ଉସ୍ମାନ ଏବଂ ନିମରା ବୁକା ପରି ନାମ ସାମିଲ ରହିଛି ।
 ମାର୍ବଲ ସିରିଜ୍‌ରେ ଫରହାନ

ମିସ୍‌ ମାର୍ବଲ ୮ ଜୁନ୍‌ରୁ ଓଟିଟି ଫ୍ଲୋରକୁ ଆସିଯିବ । ଏହା ହିନ୍ଦୀ, ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମଲୟାଲମରେ ରିଲିଜ୍‌ ହେବ ।

Launching Ceremony of “AYUSHMAN BHARAT

Comments are closed.