ଭୁବନେଶ୍ୱର : ହାୱଡାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଏକ୍ସପ୍ରେସ୍ରେ ନିଆଁ I ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିଯାଇଛି । ଟ୍ରେନରେ ନିଆଁ ଏତେ ଭୟଙ୍କର ରହିଛି ଯେ, ଚାରିଆଡେ ଧୂଆଁ ବ୍ୟାପିଯାଇଛି । ନିଆଁ ଲାଗିବା ଦେଖି ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି I
ସିକନ୍ଦରାବାଦ ନିକଟ ପାଗଡପାଲି-ବୋମାଇପାଲି ମଧ୍ୟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ପ୍ରଥମେ ଏସି ବଗି ନମ୍ବର ୭ରେ ନିଆଁ ଲାଗିବା ପରେ ଏହା ଅନ୍ୟ ବଗିକୁ ବ୍ୟାପି ଯାଇଥିଲା । ନିଆଁ ଲାଗିିବା ପରେ ପରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡିଥିବାରୁ ଜୀବନ ରକ୍ଷା ହୋଇପାରିଛି । କିନ୍ତୁ ସେ ସ୍ଥାନରେ କୌଣସି ଷ୍ଟେସନ କିମ୍ବା ନିର୍ଦିଷ୍ଟ ରାସ୍ତା ନ ଥିବାରୁ ଯାତ୍ରୀମାନେ୨/୩ କିମି ଚାଲିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଛନ୍ତି। ସେଠାରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ମୁଖ୍ୟ ରାସ୍ତାରେ ସରକାରଙ୍କ ପକ୍ଷରୁ ବସ୍ ଯୋଗାଇ ଦିଆଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ ଟ୍ରେନର ୩ଟି ବଗି ପୋଡି ପାଉଁଶ ହୋଇଯାଇଛି ।
ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କି ମୃତ ହୋଇନାହାନ୍ତି। ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆ ଯାଇଛି। ଘଟଣା ସ୍ଥଳରେ ଦକ୍ଷିଣ କେନ୍ଦ୍ର ରେଲୱେ ଜିଏମ୍ ପହଞ୍ଚି ସାରିଛନ୍ତି।

Comments are closed.