ୱାଶିଂଟନ ଡିସି: ଅପ୍ରେଲ ୦୫: ଭାରତୀୟମାନେ ଏବେ ସାରା ଦେଶ ତଥା ବିଭିନ୍ନ ଅନ୍ୟ ଦେଶମାନଙ୍କରେ ମଧ୍ୟ ନିଜର ଜଲୱା ଦେଖାଇ ଆସିଛନ୍ତି । ଆମେରିକାର ସବୁ କ୍ଷେତ୍ରରେ ବର୍ତ୍ତମାନ ମୂଳଭାରତୀୟଙ୍କ ପ୍ରଭାବ ଦେଖାଦେଇଛି । ବ୍ୟବସାୟ ହେଉ କିମ୍ବା ପ୍ରଶାସନିକ ଦିଗ ସବୁଠି ମୂଳଭାରତୀୟଙ୍କ ପ୍ରଭାବ ଦେଖିବାକୁ ମିଳୁଛି। ଏହି କ୍ରମରେ ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ମୂଳଭାରତୀୟ ଆମେରିକୀୟଙ୍କ ପ୍ରଭାବ ଦେଖିବାକୁ ମିଳିଲାଣି। ଆମେରିକାରେ ରହୁଥିବା ଗାୟିକା ଫାଲଗୁନି ଶାହ ବେଷ୍ଟ ଚିଲଡ୍ରେନ୍ ମ୍ୟୁଜିକ୍ ଆଲବମ ପାଇଁ ଜର୍ମାନୀ ଆୱାର୍ଡ ପାଇଛନ୍ତି। ତାଙ୍କ ଆଲବମ ଏ କଲରଫୁଲ ୱାର୍ଡ ପାଇଁ ସେ ପୁରସ୍କାର ପାଇଥିବା ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ଜଣାଇଛନ୍ତି।ପରେ ସେ ଆୱାର୍ଡ ଆୟୋଜକ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉ କି ୭୪ ତମ ଜର୍ମାନୀ ଆୱାର୍ଡ ସେରିମନି ଲାସ ଭେଗାସ୍ ରେ ଗତକାଲି ସକାଳେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜନ ବାଟିଷ୍ଟେ ଆଲବମ୍ ଅଫ୍ ଦି ଇୟର ଆୱାର୍ଡ ପାଇଥିଲେ। ସେହିରି ଓଲିଭିଆ ରୋଡ୍ରିଗୋ ବେଷ୍ଟ ନ୍ୟୁ ଆର୍ଟିଷ୍ଟ ଆୱାର୍ଡ ପାଇଥିବା ବେଳେ ସିଲ୍କ ସୋନିକ ସଂଙ୍ଗ ଅଫ୍ ଦି ଇୟର ଓ ରେକର୍ଡ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ।

Comments are closed.