ଭୁବନେଶ୍ୱର : ପୋଲିସ ଅଫିସରଙ୍କୁ ବି ଛାଡିଲେଣି ସାଇବର ଠକ । ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଫେକ୍ ଆକାଉଣ୍ଟ । ଇନ୍ଷ୍ଟାଗ୍ରାମରେ ଏଡିଜିଙ୍କ ନାଁରେ ଏକ ଫେକ୍ ଆକାଉଣ୍ଟ ଖୋଲି ଠକେଇ କରିବାକୁ ଯୋଜନା କରିଛନ୍ତି ସାଇବର ଲୁଟେରା । ଏନେଇ ଏଡିଜି ଅମିତାଭ ଠାକୁର ମଙ୍ଗଳବାର ସାଇବର କ୍ରାଇମରେ ଅଭିଯୋଗ କରିଛନ୍ତି। ଏହି ଫେକ୍ ଆକାଉଣ୍ଟରେ କୌଣସି ମେସେଜ ପାଇଲେ ଆର୍ଥିକ କାରବାର ନ କରିବାକୁ ଏଡିଜି ଠାକୁର ଲୋକଙ୍କୁ ଅନୁରୋଧ କରିଛନ୍ତି । ଏସଂକ୍ରାନ୍ତରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କ୍ରାଇମବ୍ରାଞ୍ଚ, ଭୁବନେଶ୍ୱର ଡିସିପି ଓ ଇନଷ୍ଟାଗ୍ରାମକୁ ରିପୋର୍ଟ କରିଥିବା ନେଇ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ଏକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। କିଏ ଏବଂ କେଉଁ ଉଦେଶ୍ୟରେ ଏହି ଫେକ୍ ଆକାଉଣ୍ଟ ଖୋଳାଯାଇଛି। ତାହାର ଖୋଲତାଡ଼ ଆରମ୍ଭ ହୋଇଛି।

Comments are closed.