ଫେସବୁକ୍‍ ପେ’ର ଶୁଭାରମ୍ଭ

ସମୟ ଲାଇଭ,୧୪/୧୧: ସୋସିଆଲ ମିଡ଼ିଆ ୱେବସାଇଟ୍‍ ଫେସବୁକ୍‍ ପକ୍ଷରୁ ପେମେଣ୍ଟ ବ୍ୟବସ୍ଥା ଫେସବୁକ୍‍ ପେ’ର ଶୁଭାରମ୍ଭ କରାଯାଇଛି। ବ୍ୟବହାରକାରୀ ମାନେ ଏଣିକି ଫେସବୁକ୍‍, ଇନ୍‍ଷ୍‍ଟାଗ୍ରାମ୍‍, ହ୍ୱାଟସ୍‍ଅପ୍‍ ଟ ମେସେଞ୍ଜର ଜରିଆରେ ପେମେଣ୍ଟ କରିପାରିବେ। ଏହି ପେମେଣ୍ଟ ବ୍ୟବସ୍ଥାରେ ଶପିଂ, ଗେମ୍‍, କ୍ରୟ, ଇଭେଣ୍ଟର ଟିକେଟ୍‍ ବୁକ୍‍ କରିବା ଦାନଧର୍ମ କିମ୍ବା କୈାଣସି ବ୍ୟକ୍ତିଙ୍କୁ ଟଙ୍କା ପଠାଇପାରିବେ। ଫେସବୁକ୍‍ ଏହି ସେବାକୁ ଆମେରିକାରେ ଶୁଭାରମ୍ଭ କରାଇଥିବାବେଳେ ଫେସବୁକ୍‍ ପେ’ କେତକ ନିଦ୍ଦିଷ୍ଟ କ୍ରେଡ଼ିଟ୍‍ ଓ ଡ଼େବିଟ୍‍ କାର୍ଡ଼କୁ ସପୋର୍ଟ କରିବ। ଏଥିରେ ପେ’ ପଲ ମଧ୍ୟ ସାମିଲ ରହିଥିବାବେଳେ ପ୍ରାରମ୍ଭିକ ସ୍ତରରେ କେବଳ ଫେସବୁକ୍‍ ଓ ମେସେଞ୍ଜରରେ ଉପଲବ୍ଧ କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.