ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ମୋ ବସ’ ଭିତରୁ ଟଙ୍କା ଲୁଟ I କ୍ୟାନ୍ସର ରୋଗୀଙ୍କ ଠାରୁ ପାକେଟମାର କରିନେଲେ ୧୫ ହଜାର ଟଙ୍କା। ମେଡିକାଲ ଯିବା ବାଟରେ ଲୁଟ ର ଶିକାର ହୋଇ ଅସହାୟ ହୋଇ ପଡ଼ିଥିଲେ ରୋଗୀ ଜଣକ I ବସ ଭିତରେ ସେ ବାରମ୍ବାର ବେହୋସ ହୋଇ ପଡୁଥିବାର ଦେଖା ଯାଇଥିଲା I
ସୂଚନାନୁସାରେ ଆଜି ସକାଳ ୯.୧୫ ରୁ ୯.୩୦ ମଧ୍ୟରେ ଏମ୍ସ ହସ୍ପିଟାଲରୁ OMP ଯାଉଥିବା ୧୯ନମ୍ବର ମୋ ବସ୍ରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହି ବସରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ଆନନ୍ଦ ଗୌଡ଼ ନାମକ ବ୍ୟକ୍ତି ବରମୁଣ୍ଡା ବସଷ୍ଟାଣ୍ଡରୁ ଚଡ଼ିଥିଲେ। ସେ ନିଜ ପ୍ୟାଣ୍ଟ ପକେଟରେ ୧୫ହଜାର ୪ ଶହ ଟଙ୍କା ରଖି କଟକର ପଣ୍ଡା କ୍ୟାନସର ହସ୍ପିଟାଲ କୁ ଯାଉଥିଲେ I ତେବେ ବରମୁଣ୍ଡାରୁ ଆଚାର୍ଯ୍ୟ ବିହାର ଛକ ମଧ୍ୟରେ ତାଙ୍କର ପକେଟ୍ ମାର୍ ହୋଇଯାଇଥିଲା। ଏହାପରେ ସେ ବସ ରେ ଥିବା ଗାଇଡଙ୍କୁ ଅଭିଯୋଗ କରିବା ପରେ ବସଟିକୁ ରସୁଲଗଡ଼ ଛକରେ ଅଟକାଇ ତୁରନ୍ତ ସହିଦନଗର ପୋଲିସ କୁ ଖବର ଦିଆଯାଇଥିଲା I କିନ୍ତୁ PCR ଭ୍ୟାନ୍ରୁ ପହଂଚିବାକୁ ବିଳମ୍ବ ହେବାରୁ ବସରେ ଥିବା ଗାଇଡ଼ ବସ ର ସମସ୍ତ ଝରକା କବାଟ ବନ୍ଦ କରିଦେବା ସହ କୌଣସି ଯାତ୍ରୀଙ୍କୁ ଓହ୍ଲାଇବାକୁ ଦେଇନଥିଲେ I

Comments are closed.