ଭୁବନେଶ୍ୱର : ବାତ୍ୟା ମୋନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୨୮ ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ନଭେମ୍ବର ୩ ତାରିଖ ରଖାଯାଇଛି । ବାତ୍ୟା ମନ୍ଥା ପ୍ରଭାବ ପାଇଁ ଅନେକ କଲେଜର ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିନାହାନ୍ତି। ଏନେଇ କଲେଜ ଗୁଡିକ ଠାରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
