କଳା ମାଧ୍ୟମରେ ହେଉଛି ଥେରାପି ଚିକିତ୍ସା

ଆଜିକାଲି ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଅନେକ ଅଗ୍ରଗତି କରିଛି । ବିଭିନ୍ନ ରୋଗ ପାଇଁ ଭିନ୍ନଭିନ୍ନ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ସେହି ତାଲିକାରେ ଏକ ନୂତନ ପଦ୍ଧତି ‘ଏକ୍ସପ୍ରେସିଭ୍‌ ଆର୍ଟ ଥେରାପି’ ବା କଳା ମାଧ୍ୟମରେ ଥେରାପି ସାମିଲ ହୋଇଛି । ଏହା ଏକ ଏଭଳି ପ୍ରକ୍ରିୟା ଯେଉଁଥିରେ ଅନେକ ପ୍ରକାରର ପ୍ରଣାଳି ରହିଛି ଯାହାକୁ ବ୍ୟବହାର କରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରିବ । ଏଥିରେ ସଙ୍ଗୀତ, ଡ୍ରାମା, ନୃତ୍ୟ, ଦୃଶ୍ୟ କଳା, କାହାଣୀ ଲେଖା ଆଦି ରହିଛି ।

କଳା ମାଧ୍ୟମରେ ହେଉଛି ଥେରାପି ଚିକିତ୍ସା
ଯାହାକୁ ବ୍ୟବହାର କରି ଜଣେ ବ୍ୟକ୍ତିର ବିଭିନ୍ନ ପ୍ରକାରର ଉନ୍ନତି ହୋଇପାରିବ । ଏହି ପ୍ରକ୍ରିୟାର ମୌଳିକ ଉଦ୍ଦେଶ୍ୟ ଜଣେ ବ୍ୟକ୍ତିକୁ ନିଜ ସହିତ ପରିଚୟ କରାଇବା । ସମୟେ ସମୟେ କେହିକେହି ନିଜକୁ ଭୁଲି ବିଭିନ୍ନ କାମ କରିଥାଆନ୍ତି । ସେହିଭଳି ବ୍ୟକ୍ତିଙ୍କୁ ନିଜ ସହିତ ପୁଣିଥରେ ପରିଚୟ କରାଇବାରେ ଏକ୍ସପ୍ରେସିଭ୍‌ ଆର୍ଟ ଥେରାପି ସହାୟକ ହୋଇଥାଏ । ଏହି ଥେରାପିକୁ ନିର୍ଦ୍ଧିଷ୍ଟ ଭାବେ ସୃଜନଶୀଳତାକୁ ଆଗକୁ ବଢାଇବା ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ବିଭିନ୍ନ ପ୍ରକାରର ସାମଗ୍ରୀର ବ୍ୟବହାର କରି କିଭଳି ଜଣେ ନିଜର କଳାତ୍ମକ ବିକାଶ କରିପାରିବ ସେ ନେଇ ଏହି ପ୍ରକ୍ରିୟାରେ ଧ୍ୟାନ ଦିଆଯାଇଥାଏ । ଏହା ମାନସିକ ସ୍ତରରେ ଚାପ ଗ୍ରସ୍ତ ଥିବା ବ୍ୟକ୍ତିଙ୍କ ପାଇଁ ବେଶ୍‌ ସହାୟକ ହୋଇଥାଏ ।

ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ୍‌ ମେଣ୍ଟାଲ୍‌ ହେଲ୍‌ଥ ଆଣ୍ଡ୍‌ ନୁ୍ୟରୋ ସାଇନ୍ସର ଏକ ସର୍ଭେ ଅନୁଯାୟୀ ଦେଶର ମୋଟ ଜନସଂଖ୍ୟାର ୨.୭ ପ୍ରତିଶତ ଅଂଶ କୌଣସି ନା କୌଣସି କାରଣରୁ ଡିପ୍ରେସନ ପରି ସାଧାରଣ ମାନସିକ ସମସ୍ୟାର ଶିକାର ହୋଇଛନ୍ତି ।

କଳା ମାଧ୍ୟମରେ ହେଉଛି ଥେରାପି ଚିକିତ୍ସା
ଏଥିସହ ୫.୨ ପ୍ରତିଶତ ଲୋକ କେବେ ନା କେବେ ଏ ପ୍ରକାର ରୋଗରେ ପୀଡ଼ିତ ହୋଇସାରିଛନ୍ତି । ୧୨ଟି ରାଜ୍ୟରେ କରାଯାଇଥିବା ଅନେ୍ୱଷଣରୁ ଜଣାପଡ଼ିଛି ଯେ ୧୫ କୋଟି ଲୋକ ଯେକୌଣସି ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏମାନଙ୍କୁ ତୁରନ୍ତ ଡାକ୍ତରଙ୍କ ସହଯୋଗ ଦରକାର । ଏହାରି ମଧ୍ୟରେ ୧୦ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କୁ ଡାକ୍ତରୀ ସହାୟତା ମିଳିପାରୁଛି ।

ଯେତେବେଳେ କୌଣସି କାରଣରୁ ଜଣେ ବ୍ୟକ୍ତି ଉଦାସୀନତା କିମ୍ବା ଚାପରେ ଥାଏ ଏବଂ ସେ କହିବା ସ୍ଥିତିରେ ନଥାଏ, ସେତେବେଳେ ନିଜ କଥାକୁ ଭଲ ଭାବରେ ପ୍ରକାଶ କରିବାକୁ ସକ୍ଷମ ହୋଇପାରେ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କର ଭାବନା କଳା ମାଧ୍ୟମରେ ପ୍ରକାଶ ପାଇଥାଏ । ଏହାର ବୈଜ୍ଞାନିକ ଭିତ୍ତି ମଧ୍ୟ ରହିଛି । ଏହି ଥେରାପିରେ ପେଣ୍ଟିଂ, ସ୍କେଚ୍‌, କୋଲାଜ୍‌ ମେକିଂ, ରଙ୍ଗ କରିବା, ମୂର୍ତ୍ତି କଳା ଅନ୍ତର୍ଭୁକ୍ତ । ସେହି କଳା ମାଧ୍ୟମରେ ହୃହୟର କଥା ପ୍ରକାଶିତ ହୋଇଥାଏ । ମାନସିକ ଆଘାତରେ ପୀଡ଼ିତ ଏବଂ ଦୁର୍ଷ୍କମ ପୀଡ଼ିତାଙ୍କ ଚିକିତ୍ସା ପାଇଁ ଏହି ଥେରାପି ଅତ୍ୟନ୍ତ ପ୍ରଭାବଶାଳୀ ।

ମନୋଚିକିତ୍ସକଙ୍କ କହିବା ଅନୁଯାୟୀ, କଳା ମାଧ୍ୟମେର ନିଜକୁ ବ୍ୟକ୍ତ କରିବା କେଉଁ କାଳରୁ ଚାଲିଆସୁଛି । ହେଲେ ମାନସିକ ରୋଗରେ ପେଣ୍ଟିଂ, କଲରିଂର ସାହାଯ୍ୟରେ ନିଜକୁ ପ୍ରକାଶ କରିବାର ଉପାୟ ବହୁତ ପ୍ରଭାବଶାଳୀ ଧରାଯାଇଥାଏ ।

ଅତିଥିରେ ଘଟିଥିବା ଘଟଣାକୁ ବଦଳାଇବା ଅସମ୍ଭବ, କିନ୍ତୁ ପୁଣି ଥରେ ସାଧାରଣ ଜୀବନ ବଞ୍ଚିବାକୁ ପ୍ରୟାସ କରିବାକୁ ପଡ଼ିବ । ଏହା ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ହେବା ସହ ସାମାଜିକ ଜୀବନ ପାଇଁ ବହୁତ ଆବଶ୍ୟକ । ଏକ୍ସପ୍ରେସ୍‌ ଆର୍ଟ ଥେରାପି ପ୍ରତି ବୟସର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହୋଇଥାଏ ।
କଳା ମାଧ୍ୟମରେ ହେଉଛି ଥେରାପି ଚିକିତ୍ସା

ଏକ୍ସପ୍ରେସ୍‌ ଆର୍ଟ ଥେରାପିଷ୍ଟଙ୍କ କହିବା ଅନୁଯାୟୀ ଅନେକ ଥର ଲୋକମାନେ ନିଜ ଜୀବନରେ ବିଫଳ ଅନୁଭବ କରିଥାନ୍ତି । ଏହା ମଧ୍ୟ ମାନସିକ ଚାପରେ ରହିବା ଏକ ପ୍ରମୁଖ କାରଣ । ନୂଆ କାମ କରିବା ପାଇଁ ଭୟ କରିଥାନ୍ତି । ସେମାନେ ଭାବନ୍ତି ଯେ ଜୀବନରେ କିଛି ହାସଲ କରିପାରିବେ ନାହିଁ । ଏପରି ଲୋକଙ୍କୁ କଳା କାର୍ଯ୍ୟକ୍ରମ ଜରିଆରେ ମନର ଭୟକୁ ଦୂର କରାଯାଏ । କଳା ଥେରାପି ଏମାନଙ୍କ ପାଇଁ ଭଲ । ସେମାନଙ୍କର ଟ୍ୟାଲେଣ୍ଟକୁ ବାହାର କରିବା ପାଇଁ ରଙ୍ଗ ଏବଂ ତୂଳୀ ଦିଆଯାଏ, ଯାହା ଫଳରେ ସେମାନେ ନିଜ ଭିତରେ ଚାଲୁଥିବା ଅସନ୍ତୋଷର ଭାବକୁ କାଗଜରେ ଆଙ୍କି ଦିଅନ୍ତି । ଏହାର ଲକ୍ଷ୍ୟ ଲୋକଙ୍କୁ ମାନସିକ ବିଷାଦରୁ ବାହାର କରି ଖୁସିରେ ରହିବା ପାଇଁ ପ୍ରୋତ୍ସାହିତ କରିବା ।

ଆର୍ଟ ଥେରାପି ଲୋକଙ୍କୁ ଫୋକସ୍‌ ରଖିବାରେ ସାହାଯ୍ୟ କରିଥାଏ । ଆପଣ ଯେବେ ବିଚଳିତ ହୁଅନ୍ତି, ସେବେ କୌଣସି କାମରେ ଧ୍ୟାନ ଦେଇପାରନ୍ତି ନାହିଁ । ହେଲେ ଆର୍ଟ ଥେରାପି ପୁର୍ନବାର ଫୋକସ କରିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ । କେବଳ ସେତିକି ନୁହେଁ ନିଜ ଭିତରେ ଥିବା ନକାରାତ୍ମକ ଭାବନାକୁ ଦୂରରେ ରଖିଥାଏ, ଧୈର୍ଯ୍ୟଶୀଳ କରାଇଥାଏ ।

ପ୍ରକାର
ଆର୍ଟ ଥେରାପି –
କଳା ମାଧ୍ୟମରେ ହେଉଛି ଥେରାପି ଚିକିତ୍ସା
ଏହି ଥେରାପିରେ ବ୍ୟକ୍ତିଙ୍କୁ ବିଭିନ୍ନ ଉପାୟରେ ମନର ଭାଷାକୁ ପ୍ରକାଶ କରିବାକୁ ସୁଯୋଗ ମିଳିଥାଏ । ଏହି ଥେରାପିରେ ଚିକିତ୍ସା ହେଉଥିବା ବ୍ୟକ୍ତି ଡ୍ରଇଁ, ପେଣ୍ଟିଂ, ବିଭିନ୍ନ ସାମଗ୍ରୀ ଗଢିବା ଆଦିରେ ନିଜ ମନ ଭାବକୁ ପ୍ରକାଶ କରନ୍ତି । ଏହି କଳା ସାହାଯ୍ୟରେ ସେମାନେ ନିଜର ମାନସିକ ସ୍ଥିତିକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ।
ଡ୍ୟାନ୍ସ ଥେରାପି –

କଳା ମାଧ୍ୟମରେ ହେଉଛି ଥେରାପି ଚିକିତ୍ସା
ଡ୍ୟାନ୍ସ ଥେରାପିରେ ଲୋକଙ୍କୁ ବିଭିନ୍ନ ପ୍ରକାରର ଶାରିରୀକ ବ୍ୟାୟାମ କରାଯାଇଥାଏ । ଏହି ଶାରିରୀକ ଚଳପ୍ରଚଳ କାରଣରୁ ସେମାନେ ନିଜର ମାନସିକ ସ୍ୱାସ୍ଥ୍ୟ ସହ ସଠିକ୍‌ ଢଙ୍ଗରେ ଖାପଖୁଆଇ ପାରନ୍ତି । ଏହି ଥେରାପି କାରଣରୁ ସେମାନେ ମାନସିକ ଅବସାଦ, ଉଦ୍‌ବିଗ୍ନତା, ଦୁଃଶ୍ଚିନ୍ତା ଆଦିକୁ ଦୂରେଇବାରେ ସର୍ମଥ ହୋଇପାରୁଛନ୍ତି ।
ମୁ୍ୟଜିକ୍‌ ଥେରାପି-
କଳା ମାଧ୍ୟମରେ ହେଉଛି ଥେରାପି ଚିକିତ୍ସା

ଏହି ଥେରାପିରେ ସଙ୍ଗୀତର ସାହାଯ୍ୟ ନେଇ ସମସ୍ୟାଥିବା ବ୍ୟକ୍ତିଙ୍କର ମାନସିକ ସ୍ଥିତିକୁ ଠିକ୍‌ କରାଯାଇଥାଏ । ଦୁଶ୍ଚିନ୍ତାକୁ ଦୂର କରିବାକୁ ମଧ୍ୟ ଏହି ଥେରାପିକୁ ବ୍ୟବହାର କରାଯାଇଥାଏ ।
ରାଇଟିଂ ଥେରାପି –
କଳା ମାଧ୍ୟମରେ ହେଉଛି ଥେରାପି ଚିକିତ୍ସା

ରାଇଟିଂ ଥେରାପିରେ ନିଜ ମନକଥା ପ୍ରକାଶ କରିବା ବେଶ୍‌ ସହଜ ହୋଇଥାଏ । ଏହି ଥେରାପିରେ ସେମାନେ ଗୀତ ଓ କାହାଣୀ ଜରିଆରେ ନିଜର ମାନସିକ ସ୍ଥିତିକୁ ଜାହିର କରନ୍ତି ।

ଛୋଟ ଶିଶୁଟିଏ ଯେଉଁ ବି ବୟସରୁ ହେଇଥାଉ, ତାଙ୍କର ମଧ୍ୟ ମନର କଥା ରହିଥାଏ । ତେବେ ଶିଶୁଙ୍କ କ୍ଷେତ୍ରରେ ନିଜ ମନର ଭାଷା ପ୍ରକାଶ କରିବାକୁ ଶବ୍ଦ ନଥାଏ । ବେଳେ ବେଳେ ଏହାର କାରଣ ବୟସ ହୋଇଥିବା ବେଳେ ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ ।
କଳା ମାଧ୍ୟମରେ ହେଉଛି ଥେରାପି ଚିକିତ୍ସା

ତେବେ ଏଭଳି କ୍ଷେତ୍ରରେ ଏକ୍ସପ୍ରେସ୍‌ଭି ଆର୍ଟ ଥେରାପି ଅନେକ ସାହାଯ୍ୟ କରିଥାଏ । ଶିଶୁମାନେ ରଙ୍ଗ ତୂଳୀ ସାହାଯ୍ୟରେ ନିଜ ମନର ଭାବନାକୁ ରୂପ ଦେଇଥାଆନ୍ତି । ଏହି ଥେରାପି ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ ସହାୟକ ହୋଇଥାଏ ।

Launching Ceremony of “AYUSHMAN BHARAT

Comments are closed.