ଗଜପତି : ଗ୍ରାନାଇଟ୍ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ହୋଇଛନ୍ତି । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ସୀମାନ୍ତ ଆନ୍ଧ୍ରର ଏକ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ ହୋଇଛି । ମୃତକ ହେଲେ ବିହାରର ଶ୍ରବଣ କୁମାର, ରାଜସ୍ଥାନର ହେମରାଜ ଓ ମଧ୍ୟପ୍ରଦେଶର ପଣ୍ଟୁ । ଆହତଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ମେଳିଆପୁଟି ଥାନା ପୋଲିସ । ମୃତକ ଓ ଗୁରୁତର ସମସ୍ତେ ଉକ୍ତ ଗ୍ରାନାଇଟ୍ ଖଣିରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ ଥିଲେ । ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଶ୍ରମିକମାନଙ୍କର ଶରୀରର ଅଧିକାଂଶ ଅଂଶ ଖଣ୍ଡ ବିହାଣ୍ଡିତ ହେବ ସହ ଜଳି ଯାଇଛି ।
