ଭୁବନେଶ୍ୱର: ମହିଳାଙ୍କର ଗର୍ଭଧାରଣରେ ଏଣ୍ଡୋମେଟ୍ରିଓସିସର ପ୍ରଭାବ ସମ୍ପର୍କରେ ଅନେକ ଦ୍ୱନ୍ଦ ରହିଥିବାବେଳେ ଏହା ଅନେକଙ୍କ ମନରେ ଚିନ୍ତା ସୃଷ୍ଟିି କରିଥାଏ । ଏହି ପରିପ୍ରେକ୍ଷୀରେ ଡଃ ଲିପ୍ସା ମିଶ୍ର, ଫର୍ଟିଲିଟି ସ୍ପେଶାଲିଷ୍ଟ, ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ, ଭୁବନେଶ୍ୱର ନିଜର ମତଦେଇ କହିଛନ୍ତି ଯେ, ଏଣ୍ଡୋମେଟ୍ରେିଓସିସ ଗର୍ଭଧାରଣକୁ ଆହୁରି କଷ୍ଟକର କରିପାରେ, କିନ୍ତୁ ଏହା ଗର୍ଭଧାରଣକୁ ରୋକିପାରିନଥାଏ । କିଛି ମହିଳା ସ୍ୱତଃପୃତଭାବେ ଗର୍ଭଧାରଣ କରୁଥିବା ବେଳେ ଅନ୍ୟ କିଛି ମହିଳା ଡାକ୍ତରୀ ସାହାଯ୍ୟ ଆବଶ୍ୟକ କରିଥାନ୍ତି । ଏହା ସମ୍ପୁର୍ଣ୍ଣ ବ୍ୟକ୍ତିଗତ ସ୍ଥିତି ଉପରେ ନିର୍ଭର କରିଥାଏ ।
ଡଃ ଲିପ୍ସା ମିଶ୍ର ଆହୁରି ମଧ୍ୟ କହିଛନ୍ତିଯେ, ଯେତେବେଳେ ଗର୍ଭାଶୟର ଲାଇନିଂ ଭଳି ସମାନ ଟିସ୍ୟୁ ଗର୍ଭାଶୟ ବାହାରେ ବିକଶିତ ହୁଏ ସେତେବେଳେ ଏଣ୍ଡୋମେଟ୍ରିଓସିସ ଘଟିଥାଏ । ଏହା ଇନ୍ଫ୍ଲାମେଶନ, ସ୍କାରିଙ୍ଗ କିମ୍ବା ଆଢେସନର କାରଣ ହୋଇପାରେ । ବେଳେ ବେଳେ ଏହା ଫାଲୋପିଆନ ଟ୍ୟୁବ କିମ୍ବା ଓଭାରିଗୁଡିକୁ ପ୍ରଭାବିତ କରିଥାଏ, ଯାହା ଗର୍ଭଧାରଣକୁ ମନ୍ଥର କରିଥାଏ । ଅନେକ କ୍ଷେତ୍ରରେ ପ୍ରଭାବ ସାମାନ୍ୟ ହୋଇଥାଏ ଏବଂ ପ୍ରାକୃତିକ ଗର୍ଭଧାରଣ ଏବେ ବି ସମ୍ଭବ ହୋଇଥାଏ । ଅନ୍ୟ କିଛି ମାମଲାରେ ଏହା ଗର୍ଭଧାରଣକୁ ଆହୁରି କଷ୍ଟକର କରିଥଶଏ ଏବଂ ଚିକିତ୍ସକୀୟ ହସ୍ତକ୍ଷେପର ଆବଶ୍ୟକ ପଡିପାରେ । ଏହା ପ୍ରଜନନକୁ କେତେ ମାତ୍ରାରେ ପ୍ରଭାବିତ କରିଥାଏ ତାହା ବ୍ୟାପକ ଭାବରେ ଭିନ୍ନ ଭିନ୍ନ ହୋଇଥାଏ ଏବଂ କୌଣସି ଦୁଇ ଜଣ ମହିଳା ସମାନ ସ୍ଥିତିର ଅନୁଭବ କରନ୍ତି ନାହିଁ ।
ବୟସ ଓ ସାମଗ୍ରିକ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସାମାନ୍ୟ ଏଣ୍ଡୋମେଟ୍ରିଓସିସ ଥିବା କମ୍ ବୟସର ମହିଳା ବିନା ଚିକିତ୍ସାରେ ଗର୍ଭବତୀ ହୋଇପାରନ୍ତି । କିନ୍ତୁ ଏଣ୍ଡୋମେଟ୍ରିଓସିସର ଗମ୍ଭୀର ସ୍ଥିତିରେ ଥିବା ମହିଳା ଗର୍ଭଧାରଣରେ ବିଳମ୍ବ କିମ୍ବା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଶୀଘ୍ର ମୂଲ୍ୟାଙ୍କନ ଭିନ୍ନତା ଆଣିପାରିଥାଏ । ଜଣେ ପ୍ରଜନନ ବିଶେଷଜ୍ଞ କ’ଣ ଘଟୁଛି ତାହା ବ୍ୟାଖ୍ୟା କରିପାରିବେ, ବିକଳ୍ପଗୁଡିକର ସମୀକ୍ଷା କରିପାରିବେ ଏବଂ ଗର୍ଭଧାରଣର ସମ୍ଭାବନାକୁ ଉନ୍ନତ କରିବା ପାଇଁ ବିଭିନ୍ନ ପଦକ୍ଷେପର ପରାମର୍ଶ ଦେଇପାରିବେ ।
ଚିକିତ୍ସା ଗମ୍ଭୀରତା ଉପରେ ନିର୍ଭର କରିଥାଏ । ଚିକିତ୍ସା ଓ ଔଷଧ ଲକ୍ଷଣଗୁଡିକୁ ହ୍ରାସ କରିବା କିମ୍ବା ପ୍ରଜନନ ପରିବେଶକୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ । ଅସ୍ତ୍ରୋପଚାର ପ୍ରଜନନରେ ବାଧା ସୃଷ୍ଟି କରୁଥିବା ସ୍କାର ଟିସ୍ୟୁ କିମ୍ବା ଆଢେସନ ଦୂର କରିପାରିଥାଏ । ଯଦି ପ୍ରାକୃତିକ ଭାବେ ଗର୍ଭଧାରଣ ହୁଏନାହିଁ ତେବେ ଇନ୍ ଭିଟ୍ରୋ ଫର୍ଟିଲାଇଜେଶନ ଏକ ସାଧାରଣ ବିକଳ୍ପ ଅଟେ । ଆଧୁନିକ ଆଇଭିଏଫ ପଦ୍ଧତିଗୁଡିକୁ ଏଣ୍ଡୋମେଟ୍ରିଓସିସ ଥିବା ମହିଳାଙ୍କ ପାଇଁ ଆଡଜଷ୍ଟ କରାଯାଇଛି ଏବଂ ଏହା ଏଣ୍ଡୋମେଟ୍ରିଓସିସ ସୃଷ୍ଟି କରିପାରୁଥିବା ଅନେକ ପ୍ରତିବନ୍ଧକଗୁଡିକୁ ଦୂର କରିଥାଏ ।
ଡ଼ଃ ମିଶ୍ର କହିଛନ୍ତିଯେ, ଏହା ମନେ ରଖିବା ଜରୁରୀ ଯେ, ଏଣ୍ଡୋମେଟ୍ରିଓସିସ ଏକ ଆହ୍ୱାନ ଅଟେ, ଏକ ପ୍ରତିବନ୍ଧକ ନୁହେଁ । ସଚେତନତା, ସଠିକ ସମୟରେ ମୂଲ୍ୟାୟନ ଓ ବ୍ୟକ୍ତିଗତ ଯତ୍ନ ଏକ ବଡ ପାର୍ଥକ୍ୟ ସୃଷ୍ଟି କରିଥାଏ ।
ଏଣ୍ଡୋମେଟ୍ରିଓସିସ ଥିବା ଅନେକ ମହିଳା ପରବର୍ତୀ ସମୟରେ ସଫଳ ଗର୍ଭଧାରଣ କରିଛନ୍ତି । ପ୍ରଜନନ କ୍ଷମତା ହରାଇଛନ୍ତି ବୋଲି ଭାବିବା ପରିବର୍ତେ, ପ୍ରତ୍ୟେକ ମହିଳାଙ୍କ ସ୍ଥିତିକୁ ଭଲ ଭାବରେ ବୁଝିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସଠିକ ମାର୍ଗଦର୍ଶନ ଓ ପଦକ୍ଷେପ ସହିତ ପ୍ରଥମେ ଯାହା ଏକ ସମସ୍ୟା ଭଳି ମନେ ହେଉଥିଲା ତାହା ପରବର୍ତୀ ସମୟରେ ଏକ ସନ୍ତାନ ଜନ୍ମ କରିବା ଯାତ୍ରାରେ ଏକ ପରିଚାଳନାଯୋଗ୍ୟ ଅଂଶରେ ପରିଣତ ହୋଇପାରେ ।

Comments are closed.