ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରାମଚନ୍ଦ୍ର ମିଶ୍ରଙ୍କର ଏକକାଳୀନ ୧୦ ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । ଭୁବନେଶ୍ବର, ସୋନପୁର, ବଲାଙ୍ଗୀର ଆଦି ୧୦ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ପୈତୃକ ବାସଭବନ ସମେତ ଅଫିସ, ଘର ଓ ସମ୍ପର୍କୀୟଙ୍କ ଘରେ ଯାଞ୍ଚ କରାଯାଉଛି । ଚଢାଉରେ ୧୦ ଜଣ ଡିଏସପି, ୧୫ ଇନ୍ସପେକ୍ଟର ଙ୍କ ସମେତ ଭିଜିଲାନ୍ସର ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ଅଭିଯୋଗ ପାଇବା ପରେ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତି ଜବତ ହୋଇଛି ତାହା ଜଣାପଡି ନାହିଁ । ଚଢ଼ାଉ ସାରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ ।
Comments are closed.