ବିପୁଳ ପରିମାଣରେ ଦେଶୀମଦ ଜବତ କଲେ ଅବକାରୀ ବିଭାଗ

ଆଠଗଡ଼ : ବିପୁଳ ପରିମାଣରେ ଦେଶୀ ମଦ ଏବଂ ପୋଚ ଜବତ କଲେ ଅବକାରୀ ବିଭାଗ । ୨୨୪୦ ଲିଟର ଚୋରା ଦେଶୀ ମଦ ସହ ୧୪୧୦୫ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଛି । କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗ୍ରାମରେ ବେଆଇନ ମଦ ରନ୍ଧାହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଖବର ପାଇ ଆଠଗଡ଼ ଓ କଟକ ଅବକାରୀ ବିଭାଗ ମିଳିତ ଚଢାଉ କରିଛି। ଏହି ଚଢ଼ାଉରେ ଆଠଗଡ଼ ଏବଂ କଟକ ଅବକାରୀ ବିଭାଗର ୬ରୁ ଅଧିକ ବିଭାଗୀୟ ଅଧିକାରୀ ସାମିଲ ଥିଲେ ।

ସୂଚନାନୁସାରେ , ଆଠଗଡ଼ ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗାଁରେ ଏବେ ଘରେ ଘରେ ତିଆରି ଚାଲିଛି ମଦ ରନ୍ଧା। ଏଠାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି। ବାରମ୍ବାର ଅବକାରୀ ବିଭାଗର ଚଢ଼ାଉ ସତ୍ତ୍ୱେ ଥମୁ ନାହିଁ ଏହି କାରବାର । ଏହାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ।

Govt

Comments are closed.