ଆଦିବାସୀଙ୍କ ଦୁର୍ଦ୍ଦଶାର ଅନ୍ତ କେବେ? ୬ଦଶନ୍ଧୀ ପରେ ମଧ୍ୟ ବିସ୍ଥାପିତ ଗାଁ ପଦ୍ମପୁରକୁ ରାସ୍ତା ନାହିଁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ ପଦ୍ମପୁର ଏକ ବିସ୍ଥାପିତ ଆଦିବାସୀ ଗ୍ରାମ । ଏଠାରେ ବିଶେଷ କରି ଆଦିବାସୀ କନ୍ଧ ସଂପ୍ରଦାୟର ଲୋକମାନେ ରହନ୍ତି । ତେବେ ବାଲିମେଳା ଜଳ ଭଣ୍ଡାର ନିର୍ମାଣ ସମୟରେ ପ୍ରାୟ ୮୦ ଗୋଟି କନ୍ଧ ପରିବାର ନିଜ ଭିଟାମାଟି (ଟାଇମାଲ) ତ୍ୟାଗ କରି ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ଏକ ଜଙ୍ଗଲ ଜମିକୁ ସଫାକରି ୧୯୬୨ ମସିହାରେ ନୂତନ ଜନ ବସତି କରିଥିଲେ । ଏହି ଗାଁର ନାମ ପଦ୍ମପୁର ରଖିଥିଲେ । ଆଜି ଏହି ଗାଁରେ ପ୍ରାୟ ୬୦୦ ରୁ ଅଧିକ ଲୋକ ବସବାସ କରନ୍ତି । ଦୈନିକ ଯିବା ଆସିବା ଲାଗି ଗମନା ଗମନର ସୁବିଧା ନାହିଁ । ବର୍ଷା ଦିନେ କାଦ ପଚପଚ କାଦୁଅ ରାସ୍ତାରେ ଚାଲିଲେ ପାଦ ବୁଡି ଯାଉଛି ମାଟିରେ । ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ୫ମ ପର୍ଯ୍ୟନ୍ତ ରହିଛି । ଛୋଟ ଛୋଟ ପିଲାମାନେ କାଦୁଅ ରାସ୍ତାରେ କେତେ କଷ୍ଟରେ ଯାତାୟତ ରନ୍ତି,ଯାହାକି ସ୍ୱଚକ୍ଷୁରେ ନଦେଖିଲେ ବିଶ୍ୱାସ ମନେ ହେବ ନାହିଁ ।

ଆଦିବାସୀଙ୍କ ଦୁର୍ଦ୍ଦଶାର ଅନ୍ତ କେବେ? ୬ଦଶନ୍ଧୀ ପରେ ମଧ୍ୟ ବିସ୍ଥାପିତ ଗାଁ ପଦ୍ମପୁରକୁ ରାସ୍ତା ନାହିଁ
ମାଲକାନଗିରି-ଜୟପୁରକୁ ଜାତୀୟ ରାଜପଥ ପାର୍ଶ୍ୱରେ ସିନ୍ଧ୍ରିମାଳ ପଞ୍ଚାୟତ,ଏଠାରୁ ପଦ୍ମପୁର ଗାଁ ମାତ୍ର ୩ କିମି ଦୂର ଔ ପ୍ରାୟ ଏକ କିମି ପMା ରାସ୍ତା ଆରଡି ଦ୍ୱାରା ନିର୍ମାଣ କରିଥିଲା ବେଳେ ବାକି ୨ କିିମି ରାସ୍ତା ନିର୍ମାଣ ହୋଇ ନାହିଁ । ଏହି ୨ କିିମି ରାସ୍ତା ଦୁର୍ଗମ ଏବଂ ପାହାଡିଆ । ପଦ୍ମପୁର ଗାଁ ରାସ୍ତା ବର୍ଷା ଦିନେ ଜଳ ମଗ୍ନ । ଗାଁ ଦାଣ୍ଡରେ କଂକ୍ରଟି ରାସ୍ତା ନାହିଁ । ଗାଁ ଲୋକେ ମାଲକାନଗିରି ବ୍ଲକ୍‌ ବିଡିଓ,ଆରଡିର କାର୍ଯ୍ୟ ର୍ନିବାହୀ ଯନ୍ତ୍ରୀ,ଜିଲ୍ଲାପାଳଙ୍କୁ ବହୁବାର ଦରଖାସ୍ତ ଲେଖି ଥକି ପଡିଲେଣି । ଆପତ୍ତି ଅଭିଯୋଗ ନେତା ମନ୍ତ୍ରୀଙ୍କୁ ବହୁବାର କଲେଣି । ହେଲେ ଏହି ବିସ୍ଥାପିତ ଆଦିବାସୀଙ୍କ ଗୁହାରୀ କାହାରି କର୍ଣ୍ଣରେ ପଡୁ ନାହିଁ । ଜିଲ୍ଲାପାଳଙ୍କ ନାକ ତଳେ ଏହି ଆଦିବାସୀ କନ୍ଧ ସଂପ୍ରଦାୟର ଗାଁଟି ଅବସ୍ଥିତ । ତେବେ ଏହି ଗାଁକୁ କେବେ ସରକାରୀବାବୁଙ୍କ ପାଦ ପଡେ ନି । ଗମନା ଗମନର ସୁବିଧା ନାହିଁ,ଯିବ କିଏ ? ପ୍ରକାଶ ଥାଉ କି ବାଲିମେଳା ନଦୀବନ୍ଧ ଯୋଜନାଟି ୧୯୬୨ ମସିହାରେ ଆରମ୍ଭ ହୋଇ ୧୯୭୭ ରେ ଶେଷ ହୋଇଥିଲା ।

ଆଦିବାସୀଙ୍କ ଦୁର୍ଦ୍ଦଶାର ଅନ୍ତ କେବେ? ୬ଦଶନ୍ଧୀ ପରେ ମଧ୍ୟ ବିସ୍ଥାପିତ ଗାଁ ପଦ୍ମପୁରକୁ ରାସ୍ତା ନାହିଁ

ଏହା ଓଡିଶା ଏବଂ ଆନ୍ଧ୍ର ସରକାରଙ୍କ ୫୦:୫୦ ଅଂଶ ଧନରେ ଏହି ଯୋଜନାଟି ର୍ନିର୍ମିତ ହୋଇଥିଲା । ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ । ସରକାରଙ୍କ ଉଦ୍ଦେଶ୍ୟ ପୂର୍ଣ୍ଣ ହେଲା,ହେଲେ ଏହି. ଜଳ ଭଣ୍ଡାରରେ ବସବାସ କରୁଥିବା ଯେଉଁ ଆଦିବାସୀ ଗାଁ ଗୁଡିକ ଜଳ ମଗ୍ନ ହେଲା,ସେମାନେ ଭିଟାମାଟି ଛାଡି,ସେଠାରୁ ବିସ୍ଥାରିତ ହୋଇ ଯେଉଁ ଜଙ୍ଗଲ ଜମି ସଫା କରି ବିଭିନ୍ନ ସ୍ଥାନରେ ନୂତନ ବସ୍ଥି ସ୍ଥାପନ କଲେ,ଏବେ ବି ସେହି ଗାଁ ଗୁଡିକରେ ଜିଇଁବା ପାଇଁ ମୌଳିକ ସୁବିଧା ନାହିଁ । ତନ୍ମଧ୍ୟରୁ ପଦ୍ମପୁର ଗାଁଟି ଅନ୍ୟତମ । ତେବେ ଏହି ଆଦିବାସୀ ଗାଁକୁ କେବେ ଜିଲ୍ଲା ପ୍ରଶାସନ ରାସ୍ତାଟିଏ ନିର୍ମାଣ କରିବେ ଦେଖିବାକୁ ବାକି ରହିଲା ।

Govt

Comments are closed.