ଏଥର ‘ଆଶ୍ରମ ୩’ରେ ଈଶା

ମୁମ୍ବାଇ: ପ୍ରକାଶ ଝାଙ୍କ ଦ୍ୱାରା ନିର୍ଦ୍ଦେଶିତ େୱବସିରିଜ ‘ଆଶ୍ରମ’ ସବୁବେଳେ ଚର୍ଚ୍ଚା ଓ ବାଦବିବାଦ ମଧ୍ୟରେ ଘେରି ରହିଥଏ । କ୍ରମାଗତ ଏହାର ଦୁଇଟି ସିଜିନ ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ଖୁବଶୀଘ୍ର ତୃତୀୟ ସିଜିନ ଆସିବାକୁ ଯାଉଛି । ପୁଣି ଥରେ ଆଶ୍ରମ ୩ରେ ବବି ଦେୱଲ ବାବା ନିରାଲା ଚରିତ୍ରରେ ଅବତୀର୍ଣ୍ଣ ହେବେ । ଏହାସହ ଅନ୍ୟ କଳାକାର ସମାନ ଚରିତ୍ରରେ ନଜର ଆସୁଥିବା ବେଳେ ଚଳିତ ସିଜନରେ ଏକ ନୂଆ ଏଣ୍ଟ୍ରି ହୋଇଛି ଏବଂ ସେ ହେଉଛନ୍ତି ଅଭିନେତ୍ରୀ ଈଶା ଗୁପ୍ତା ।

 ଏଥର ‘ଆଶ୍ରମ ୩’ରେ ଈଶା

ନିକଟରେ ରିଲିଜ୍‌ ହୋଇଥିବା ଟ୍ରେଲରରେ ଈଶାଙ୍କ ବୋଲï ଅନ୍ଦାଜ ଦର୍ଶକଙ୍କ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଛି । ଆଶ୍ରମ ୩ ସହ ଯୋଡ଼ି ହୋଇ ଅଭିନେତ୍ରୀ ଈଶା କହିଛନ୍ତି ଯେ ତାଙ୍କ ଇଚ୍ଛା ପୂରଣ ହୋଇଛି । ଏକ ଇଣ୍ଟରଭୁ୍ୟରେ ସେ କହିଛନ୍ତି, ‘ଲକଡାଉନ ସମୟରେ ଆଶ୍ରମ ଦେଖିଥିଲି ଏବଂ ସେତେବେଳେ ଏକ ପ୍ରାର୍ଥନା ମାଗିଥିଲି ଯେ ଏହି ଆଶ୍ରମରେ ଏକ ଅଂଶ ହେବା ଉଚିତ୍‌ ଏବଂ ଅଜାଣରେ ମୋର ଇଚ୍ଛା ପୂରଣ ହୋଇଛି ।’

 ଏଥର ‘ଆଶ୍ରମ ୩’ରେ ଈଶା

ଏହାସହ ସେ କହିଛନ୍ତି, ଦେଖାଯାଉଛି ଯେ ଏହି ସିରିଜ୍‌ ପାଇବା ତାଙ୍କ ପାଇଁ ବ୍ରହ୍ମାଣ୍ଡରୁ ଏକ ଉପହାରଠାରୁ ଅଧିକ । ସୂଚନା ଅନୁଯାୟୀ ଏହି ସିରିଜ୍‌ରେ ଜଣେ ଇମେଜ୍‌ ମେକର୍‌ ସ୍ପେଶାଲିଷ୍ଟ ଭାବେ ଈଶା ଗୁପ୍ତା ଅଭିନୟ କରିଛନ୍ତି । ବବି ଦେୱଲ, ଈଶାଙ୍କ ବ୍ୟତୀତ ଏହି ଶୋ’ରେ ଅଦିତି ପୋହନକର, ଚନ୍ଦନ ରାୟ ସାନ୍ୟାଲ, ଦର୍ଶନ କୁମାର, ଅନୁପ୍ରିୟା ଗୋୟନକା, ସଚିନ ଶ୍ରଫ୍‌ଙ୍କ ପରି ପ୍ରତିଭାଶାଳୀ କଳାକାର ଏହି ଲୋକପ୍ରିୟ ସିରିଜ୍‌ରେ ସାମିଲ ଅଛନ୍ତି । ଏମଏକ୍ସ ପ୍ଲେୟାରରେ ଆଶ୍ରମର ନୂଆ ସିଜନ ୩ ଜୁନକୁ ରିଲିଜ୍‌ ହେବ ।

Launching Ceremony of “AYUSHMAN BHARAT

Comments are closed.