ଏଥର ନାମଲେଖା ପାଇଁ ଦେବାକୁ ପଡିବ ଏନଟ୍ରାନ୍ସ

ନୂଆଦିଲ୍ଲୀ: ମାର୍ଚ୍ଚ ୨୩: ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଦ୍ୱାଦଶ ଶ୍ରେଣୀର ମାର୍କ ଆବଶ୍ୟକ ପଡ଼ିବ ନାହିଁ। ସେଣ୍ଟ୍ରାଲ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟର ସ୍କୋର ଅନୁସାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବେ ବୋଲି ୟୁଜିସି ପକ୍ଷରୁ ଘୋଷଣା କରାଯାଇଛି। ୟୁଜିସି ପକ୍ଷରୁ କୁହାଯାଇଛି ଯେ ଏଣିକି ପ୍ରତିବର୍ଷ ସାଧାରଣ ଏଣ୍ଟ୍ରାନ୍ସ ପରୀକ୍ଷା କରାଯିବ। ଚଳିତ ବର୍ଷରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। ୟୁଜି ଆଡ଼ମିସନ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଏହି ପରୀକ୍ଷା ଦେବାକୁ ବାଧ୍ୟତାମୂଳକ କରାଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି କମ୍ପ୍ୟୁଟରୀକୃତ ପରୀକ୍ଷା ପରିଚାଳନା କରିବ। ଏପ୍ରିଲ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ପଡ଼ିବ। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାରଙ୍କ କହିବା ଅନୁସାରେ ୟୁଜି ଆଡ଼ମିସନ ପାଇଁ ଦ୍ୱାଦଶ ମାର୍କର କୌଣସି ଗୁରୁତ୍ୱ ରହିବ ନାହିଁ। କିନ୍ତୁ ସିୟୁଇଟି ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ମାର୍କକୁ ଏକ ଯୋଗ୍ୟତା ମାନଦଣ୍ଡ ହିସାବରେ ଗ୍ରହଣ କରାଯାଇପାରେ। ସିୟୁଇଟି ପରୀକ୍ଷାର ପ୍ରଚଳନ ଫଳରେ ୧୨ଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ଗୁରୁତ୍ୱ ଓ ମର୍ଯ୍ୟାଦା ହ୍ରାସ ପାଇବ। ଏହା ବିଭିନ୍ନ ଖ୍ୟାତନାମା କଲେଜରେ ଅତି ଉଚ୍ଚ କଟ୍ଅଫ୍ ମାର୍କ ଧାରାର ଅନ୍ତ ଘଟାଇବ। ସୂଚନାଯୋଗ୍ୟ ଯେ ଅନେକ କଲେଜରେ ଫାଷ୍ଟ ସିଲେକ୍ସନରେ ୧୦୦ ପ୍ରତିଶତ କଟ୍ଅଫ୍ ମାର୍କ ରଖାଯାଇଥାଏ।

Launching Ceremony of “AYUSHMAN BHARAT

Comments are closed.