ବର୍ତ୍ତମାନ ବିଭିନ୍ନ କମ୍ପାନୀମାନେ ନିଜ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଗୋଟିଏ ସଫଳ ଅନୁଷ୍ଠାନ ପଛରେ କର୍ମଚାରୀଙ୍କ ସହଯୋଗ ଅଧିକ ଥାଏ ବୋଲି ବର୍ତ୍ତମାନ କମ୍ପାନୀମାନେ ହୃଦୟଙ୍ଗମ କରିବା ଆରମ୍ଭ କରିଛନ୍ତି । କର୍ମଚାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ବର୍ତ୍ତମାନ ବଡବଡ ଅନୁଷ୍ଠାନ ଏଥିପାଇଁ ନୂଆ ରଣନୀତି ଆପଣାଉଛନ୍ତି ।
ଫିଟନେସ୍ର ସୁବିଧା
ବିଭିନ୍ନ କମ୍ପାନୀରେ କର୍ମଚାରୀଙ୍କ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଅନେକ କମ୍ପାନୀରେ ଷ୍ଟାଡିଂ ଡେସ୍କ, ଜିମ୍ ଏବଂ ସାଇକିଲିଂ କରିବାର ସୁବିଧା ପ୍ରଦାନ କହରାଯାଉଛି । କର୍ମଚାରୀଙ୍କୁ ଫିଟ୍ ରହିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି ।
ସୁଷମ ଖାଦ୍ୟର ଉପଲବ୍ଧି
ସୁସ୍ଥ ରହିବା ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ସବୁଠାରୁ ଅଧିକ ରହିଥାଏ । ତେଣୁ ବର୍ତ୍ତମାନ ଅଫିସରେ କର୍ମଚାରୀଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ଖାଦ୍ୟ ଉପଲବ୍ଧ କରାଉଛନ୍ତି । କମ୍ପାନୀମାନେ ବିଶେଷ ଭାବେ ଫ୍ୟାକଫ୍ରିରେ ସେମାନଙ୍କ କର୍ମଚାରୀଙ୍କୁ ସତେଜ ଫଳ, ସାଲାଡ୍, ଦହି ଆଦି ଦେଉଥିବାର ଦେଖିବାକୁ ମିଳୁଛି ।
ମାନସିକ ସ୍ୱାସ୍ଥ୍ୟର ଧ୍ୟାନ
ବର୍ତ୍ତମାନ କମ୍ପାନୀମାନେ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ମାନସିକ ସ୍ତରରେ ସୁସ୍ଥ ରହିଲେ ହିଁ ଜଣେ ଭଲ କାମ କରିପାରିବ । ତେଣୁ ସେମାନଙ୍କୁ ମଝିରେ ମଝିରେ ବ୍ରେକ୍ ସହ କାମ କରିବା ପାଇଁ ଓ୍ୱାର୍କ ଫ୍ରେଣ୍ଡ୍ଲି ପରିବେଶ ସୃଷ୍ଟି କରାଯାଉଛି ।
