କଟକ: ମଇ ୧୯: ପୁଣି ଚର୍ଚ୍ଚାରେ ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି । ପ୍ରାୟ ଅଧଘଣ୍ଟାର ଏହି ଭିଡିଓରେ ସେ ନିଜର ମନକଥା କହିଛନ୍ତି । ସେ କହିଛନ୍ତି, ୨୦୦୮ରେ ଯାହାଙ୍କୁ ନିଜଠାରୁ ଅଧିକ ଭଲ ପାଇଥିଲି, ତାଙ୍କୁ ୨୦୧୪ରେ ବାହା ହୋଇଥିଲି । ଏହି ବାହାଘର ଲାଗି ଉଭୟଙ୍କ ଘରେ ରାଜି ନଥିଲେ, ତଥାପି ବାହାଘର ହୋଇଥିଲା । ମହିଳା ବୋଲି ସେ ଯାହା କହିବେ ତାହା କଣ ଠିକ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଗଣମାଧ୍ୟମ ଉପରେ କ୍ଷୋଭ ପ୍ରକାଶ କରି ଅନୁଭବ କହିଛନ୍ତି, ଗଣମାଧ୍ୟମ ଯାହା ଦେଖାଇବ, ତାହା କଣ ସତ୍ୟ? ଗତ ୧୪ ବର୍ଷ ହେଲା ମୁଁ ଯାହା ଭୋଗୁଛି ଗଣମାଧ୍ୟମ କେବେ କଳ୍ପନା କରିପାରିବ ନାହିଁ । ଘଟଣା ସଂପର୍କରେ ସତ କଣ ଜାଣି ବି ଗଣମାଧ୍ୟମ କିଛି କରିପାରୁନାହିଁ । ଯିଏ ବି ନ୍ୟାୟରେ ଅଛନ୍ତି, ଆଉ ନ୍ୟାୟରେ ଥାଇ ବି ଅନ୍ୟାୟର ଦଣ୍ଡ ଭୋଗୁଛନ୍ତି, ମୁଁ ଅନୁଭବ ମହାନ୍ତି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେମାନଙ୍କ ପଛରେ ଠିଆ ହେବି । ସତ୍ୟର ଜୟ ହେଉ, ଧର୍ମର ଜୟ ହେଉ । ଯଦି ମୁଁ ଆପଣମାନଙ୍କୁ ଧୋକା ଦେଉଥାଏ, ତେବେ ମୋତେ ଦଣ୍ଡ ମିଳୁ । ଯଦି ମୁଁ ସତପଥରେ ଅଛି, ତେବେ ମୋତେ ନ୍ୟାୟ ମିଳୁ । ଅନୁଭବ ୧୯ ତାରିଖ ଦିନ ନିଜର ୟୁଟ୍ୟୁବ୍ ଚାନେଲରେ ଏହି ନୂଆ ଭିଡିଓ ଅକୁହା ସତ୍ୟ ଅପଲୋଡ୍ କରିଛନ୍ତି । ଘରୋଇ ହିଂସାରୁ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମହିଳାଙ୍କ ସୁରକ୍ଷା ଆଇନ-୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ ଅନୁଯାୟୀ ବର୍ଷା ଏହି ମାମଲା ରୁଜୁ କରିଛନ୍ତି ।
Comments are closed.