ସ୍ୱଚ୍ଛ ଭାରତ ଅଭିଯାନରେ ହାତୀ

ହାତୀ ହେଉଛି ଦୁନିଆର ସବୁଠାରୁ ବିଶାଳକାୟ ଓ ବଳଶାଳୀ ଜୀବ । ସେ ଚାହିଁଲେ ନିମିଷକେ ସବୁ କିଛି ଧ୍ୱଂସ କରିଦେବ । ବଡ ବଡ ଘର ଓ ଗାଡିକୁ ସେ ନିଜ ଶୁ„ରେ ଉଡାଇ ଦେଇପାରିବ । କିନ୍ତୁ ସେ ସବୁଠୁ ବଳଶାଳୀ ହେଲେ ବି ବହୁତ ଶାନ୍ତ । ବିନା କାରଣରେ ସେ କିଛି ବି କ୍ଷତି କରେ ନାହିଁ । ହାତୀକୁ ନେଇ ବହୁ ମଜାଦାର ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥାଏ । ଏବେ ସୋସିଆଲ୍‌ ମିଡିଆରେ ଏପରି ଏକ ହାତୀର ଫଟୋ ଭାଇରାଲ୍‌ ହେବାରେ ଲାଗିଛି ଯିଏ କି ସ୍ୱଚ୍ଛ ଭାରତ ଯୋଜନାରେ ସାମିଲ ହେବା ପରି ମନେ ହେଉଛି ।

elephant throwing litter in garbage bin has more manners than humans

ଟ୍ୱିଟରରେ ଏପରି ଏକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଠି ହାତୀ ଅଳିଆ ନେଇ ଡଷ୍ଟବିନ୍‌ରେ ପକାଉଥିବାର ଦେଖାଯାଉଛି । ସ୍ୱଚ୍ଛତା ପ୍ରତି ହାତୀର ଯନିଶୀଳତାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି । ହାତୀର ଏପରି କାର୍ଯ୍ୟକୁ ଦେଖି ଜଣାପଡୁଛି ସେ ବି ସ୍ୱଚ୍ଛ ଭାରତ ଯୋଜନା ବିଷୟରେ ବହୁ କଥା ଜାଣିଛି । ଏବେ ଏହି ଭିଡିଓଟିକୁ ସମସ୍ତେ ଖୁବ୍‌ ପସନ୍ଦ କରୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.