୪୮ ଘଣ୍ଟା ପରେ ମିଳିଲେ ସମିତି ସଭ୍ୟ ପ୍ରାର୍ଥିଙ୍କ ସ୍ୱାମୀ

ଢେଙ୍କାନାଳ: ଫେବୃଆରୀ ୧୮: ୪୮ ଘଣ୍ଟା ପରେ ମିଳିଲେ ସମିତି ସଭ୍ୟ ପ୍ରାର୍ଥିଙ୍କ ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ସାଙ୍କୁଲେଇ ପଞ୍ଚାୟତ ଚିନ୍ମୟ କୁମାର ଦାସ ରାତିରୁ ହଠାତ ନିଖୋଜ ହୋଇଯାଇଥିଲେ। ତେବେ ଆଜି ସଦର ଥାନା ପୋଲିସ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଛି। ଚିନ୍ମୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ସେଠାକୁ କିଭଳି ଆସିଲେ ? ଦୁଇ ଦିନ ଧରି କେଉଁଠି ଥିଲେ ? ଏ ସବୁକୁ ନେଇ ଚାଲିଛି ତଦନ୍ତ। ଏହାସହ ଢୋଲପଶି-ସାଙ୍କୁଲେଇ ରାସ୍ତାକଡ଼ରୁ ଚିନ୍ମୟଙ୍କ ସ୍କୁଟିକୁ ପୋଲିସ୍ ଜବତ କରିଥିଲା। ବୁଧବାର ରାତିରେ ଚିନ୍ମୟ ଘରକୁ ଫେରୁଥିବା ବେଳେ ରାସ୍ତାରେ କିଛି ଲୋକ ତାଙ୍କୁ ଅଟକାଇଥିଲେ। ଏନେଇ ଚିନ୍ମୟ ଫୋନ କରି ଘରକୁ ଜଣାଇଥିଲେ। ଜାଣିବା ପରେ ଘଟଣା ସମ୍ପର୍କରେ ଚିନ୍ମୟଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଥିଲା।

Launching Ceremony of “AYUSHMAN BHARAT

Comments are closed.