ଏଗ୍‌ ସ୍ୟାଣ୍ଡୱିଚ୍‌ କେକ୍‌

ସାମଗ୍ରୀ- ୫ରୁ ୬ଟି ସିଝା ଅଣ୍ଡା, ୨ଟି ବଡ କଟା ପିଆଜ, ଏକ କପ୍‌ ମେଓନିଜ୍‌, ଏକ କପ୍‌ କ୍ରିମ୍‌ ଚିଜ୍‌, ଏକ କପ୍‌ କ୍ରିମ୍‌, ୧୬ଟି ବ୍ରେଡ୍‌, ନିଜ ପସନ୍ଦର ପରିବା, ମରିଚ ଗୁଣ୍ଡ ।
ପ୍ରଣାଳୀ – ସିଝା ଅଣ୍ଡାକୁ ପ୍ରଥମେ ଗ୍ରେଟ୍‌ କରି ନିଅନ୍ତୁ । ଏଥିରେ ପିଆଜ ଖଣ୍ଡ, ଲୁଣ, ମରିଚ ଗୁଣ୍ଡ ଓ ମେଓନିଜ୍‌ ମିଶାନ୍ତୁ । ପରେ ଏଥିରେ କ୍ରିମ୍‌ ଚିଜ୍‌ ଓ କ୍ରିମ୍‌ ମିଶାନ୍ତୁ ।

ଏହାପରେ ବ୍ରେଡ ଉପରେ ସେହି ଅଣ୍ଡା ମିଶ୍ରଣକୁ ରଖନ୍ତୁ । ସେହିଭଳି ଆଉ ୨ଟି ଲେୟାର କରନ୍ତୁ । ସେହିଭଳି ବ୍ରେଡ୍‌ର ପାଖ ଗୁଡିକରେ ମଧ୍ୟ କ୍ରିମ୍‌ ଲଗାନ୍ତୁ । ଏହାପରେ ଏହାକୁ ନିଜ ମନପସନ୍ଦର ପରିବା ଯେପରି ମକା, ଟମାଟୋ,କାକୁଡି ଆଦିରେ ସଜାଇ ପ୍ରସ୍ତୁତ କରନ୍ତୁ ଏଗ୍‌ ସ୍ୟାଣ୍ଡୱିଚ୍‌ କେକ । ଏହାଉପରେ ଆପଣ କଟା ସିଝା ଅଣ୍ଡା ମଧ୍ୟ ସଜାଇ ପାରିବେ ।

Govt

Comments are closed.