୨ଟି ସିଝା ଅଣ୍ଡାର ଅନେକ ଫାଇଦା

ସମୟ ଲାଇଭ୍‍,୧/୧୨: ଯଦି ଆପଣ ଜଣେ ମାଂଶାହାରୀ ତେବେ ଅଣ୍ଡାର ବ୍ୟବହାର ନିଶ୍ଚୟ କରୁଥିବେ। କେବଳ ଜଣେ ମାଂଶାହାରୀ ବ୍ୟକ୍ତି ଅଣ୍ଡାର ବ୍ୟବହାର କରିପାରିବ ତାହା ନୁହେଁ। ଶାକାହାରୀମାନେ ମଧ୍ୟ ଏହାକୁ ପସନ୍ଦ କରିଥାନ୍ତି। ଅଣ୍ଡାରେ ପ୍ରଚୁର ପରିମାଣରେ ଆବଶ୍ୟକୀୟ ତତ୍ତ୍ୱ ରହିଛି। ଯାହାଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ। ବହୁ ଲୋକ ଅଣ୍ଡାକୁ ଶିଜାଇ ଖାଉଥିବାବେଳେ କିଛି ଲୋକ ତରକାରୀ ଓ ଆମଲେଟ୍‍ କରି ଖାଉଥାନ୍ତି। ସିଝା ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ବହୁ ଫାଇଦା ମିଳିଥାଏ। କାରଣ ଅଣ୍ଡାକୁ ରୋଷେଇ କରି ଖାଇଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇ ଯାଇଥାଏ। ତେବେ ଜାଣନ୍ତୁ ଅଣ୍ଡାର ଉପକାରିତାଟ୍ଟଟ୍ଟଟ୍ଟଟ୍ଟ
ପ୍ରତ୍ୟେକଦିନ ୨ଟି ଶିଝା ଅଣ୍ଡା ଖାଇବାର ଉପାଦେୟତା
୧-ସିଝା ଅଣ୍ଡା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଏ ଥାଏ। ଯାହ ଦ୍ୱାରା ଏହା ଆଖି ପାଇଁ ବହୁତ ଉପଯୋଗୀ ହୋଇଥାଏ।
୨-କେତେକ ଲୋକ ଶରୀରର ଓଜନ ବୃଦ୍ଧି ପାଇଁ ଅଣ୍ଡା ଖାଇଥାନ୍ତି। ରୋଷେଇ କରି ଖାଇବା ଦ୍ୱାରା ସେତିକି ଲାଭ ମିଳିନଥାଏ ଯେତିକି ଶିଝା ଅଣ୍ଡାରେ ମିଳିଥାଏ।
୩-ଯଦି ଆପଣ ପ୍ରତ୍ୟେକ ଦିନ ଶିଝା ଅଣ୍ଡା ଖାଇବେ ତେବେ ଆପଣଙ୍କର ଶରୀରର ଶକ୍ତି ବୃଦ୍ଧି ପାଇବା ସହ ଆପଣଙ୍କର ଶରୀର ସର୍ବଦା ତେଜୀୟାନ ରହିଥାଏ।
୪-ଶରୀରର ମାଂଶପେଶୀକୁ ଆପଣ ଯଦି ମଜବୁତ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ୨ଟିି ଶିଝା ଅଣ୍ଡା ନିହାତି ଖାଇବା ଆବଶ୍ୟକ। ଏହାର ପ୍ରମୁଖ କାରଣ ଶିଝା ଅଣ୍ଡାରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଏବଂ ବହୁ ଜରୁରୀ ତତ୍ତ୍ୱ ରହିଛି। ଯାହା ଦ୍ୱାରା ଏହା ମାଂଶପେଶୀକୁ ମଜବୁତ କରିବାରେ ସହାୟକ ହୋଇଥାଏ।

Launching Ceremony of “AYUSHMAN BHARAT

Comments are closed.