ଠକେଇ ମାମଲାରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ଇଡି ସମନ

ମହାରାଷ୍ଟ୍ର : ED ଜାଲରେ ବିଶିଷ୍ଟ ଶିଳ୍ପପତି ତଥା ରିଲାନ୍ସ ଗ୍ରୁପର ଚେୟାରମ୍ୟାନ୍ ଅନିଲ୍ ଅମ୍ବାନୀ । ଅଗଷ୍ଟ ୫ରେ ପଚରାଉଚରା ପାଇଁ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ସମନ କରାଯାଇଛି। ଅନିଲ ଅମ୍ବାନୀଙ୍କ ଅଧୀନରେ ଥିବା କମ୍ପାନୀ ଗୁଡିକ ୧୦,୦୦୦ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ ହୋଇଛି । ତେବେ କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଠକେଇ ୧୭,୦୦୦ କୋଟିରୁ ଅଧିକ ହେବ । ଏହି ମାମଲାକୁ ନେଇ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ସହିତ ଜଡିତ ସଂସ୍ଥାଗୁଡିକ ଉପରେ ଚଢାଉ କରାଯାଇଥିଲା । ମନି ଲଣ୍ଡରିଂ ନିବାରଣ ଆଇନ (PMLA) ର ବ୍ୟବସ୍ଥା ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯିବ।

ସୂଚନାନୁଯାୟୀ, ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଏହି ମାମଲା ରୁଜୁ କରାଯାଇଛି । ଇଡି ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ ଥିବା ୫୦ଟି ସଂସ୍ଥା ଉପରେ ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ୨୫ଜଣ ଲୋକଙ୍କ ଉପରେ ଚଢାଉ କରିଥିଲା । ଗ୍ରୁପର ଅନେକ କମ୍ପାନୀ ୧୦ ହଜାର କୋଟି ଟଙ୍କାରୁ ଅଧିକ ଋଣକୁ ପାଣ୍ଠିକୁ ଅପବ୍ୟବହାର କରି ବିଭିନ୍ନ ପାଣ୍ଠି ଏବଂ ସେଲ୍ ଫାର୍ମକୁ ପଠାଉଥିଲେ ବୋଲି ତଦନ୍ତରୁ ଜଣାପଡିଛି । ୟେସ୍ ବ୍ୟାଙ୍କରୁ ପ୍ରାୟ ୩ ହଜାର କୋଟି ଟଙ୍କା ଋଣ ଠକେଇ କରାଯାଇଛି ବୋଲି ସୂଚନା ମିଳିଛି । ଏହା ବ୍ୟତୀତ ରିଲାନ୍ସ ଲିମିଟେଡ୍ ଦ୍ବାରା ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ଠକେଇର ଅଭିଯୋଗ ମଧ୍ୟ ରହିଛି । ଯାହାର ତଦନ୍ତ ପରିସର ଭୁକ୍ତ ରହିଛି ।

Launching Ceremony of “AYUSHMAN BHARAT

Comments are closed.