ବେଙ୍ଗାଲୁରୁ: ଡିସେମ୍ବର ୨୨: ଆଜି ସକାଳ ସମୟରେ ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ପଏଣ୍ଟ ରେକର୍ଡ଼ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନ୍ଏସସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ଏହି ଭୂମିକମ୍ପରେ ବିଶେଷ କିଛି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି ।
Earthquake of Magnitude:3.3, Occurred on 22-12-2021, 07:14:32 IST, Lat: 13.55 & Long: 77.76, Depth: 23 Km ,Location: 66km NNE of Bengaluru, Karnataka, India for more information download the BhooKamp App https://t.co/iax6vbE3wO pic.twitter.com/irvoaQmaMF
— National Center for Seismology (@NCS_Earthquake) December 22, 2021
ସୂଚନା ଅନୁସାେରେ, କର୍ଣ୍ଣାଟକର ଉତ୍ତର-ଉତ୍ତରପୂର୍ବରେ ଆଜି ସକାଳ ୭ଟା ୧୪ରେ ହୋଇଥିଲା । ଏହାର ତୀବ୍ରତା ୩.୩ ମ୍ୟାଗ୍ନିଚୁ୍ୟଡ୍ ବିଶିଷ୍ଟ ରହିଥିଲା । ଭୂକମ୍ପର ଠିକଣାସ୍ଥଳ ଅକ୍ଷାଂଶ ୧୩.୫୫ ଥିବା ବେଳେ ଦ୍ରାଘିମା ୭୭.୭୬ ରହିଛି । ବେଙ୍ଗାଲୁରଠାରୁ ୬୬ କି.ମି ଦୂର ୨୩ କି.ମି ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

Comments are closed.