ଫିଲିପାଇନ୍ସରେ ୭.୬ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

0

ମାନିଲା: ଶୁକ୍ରବାର ଫିଲିପାଇନ୍ସରେ ୭.୬ ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ତେବେ ହାୱାଇ ସ୍ଥିତ ପ୍ରଶାନ୍ତ ମହାସାଗରୀୟ ସୁନାମି ଚେତାବନୀ କେନ୍ଦ୍ର ଏକ ସଦ୍ୟତମ ଅପ୍‌ଡେଟ୍‌ରେ କହିଛି ଯେ, ଫିଲିପାଇନ୍ସରେ ସୁନାମି ବିପଦ ଦୂର ହୋଇଛି। ଏହା ପୂର୍ବରୁ ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭଲ୍‌କାନୋଲୋଜି ଆଣ୍ଡ୍ ସିସ୍ମୋଲୋଜି (ଫିଭଲ୍‌କ୍ସ) କହିଛି ଯେ ମିଣ୍ଡାନାଓର ଡାଭାଓ ଓରିଏଣ୍ଟାଲର ମାନେ ସହରର ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ସମ୍ଭାବ୍ୟ କ୍ଷୟକ୍ଷତି ଓ ପରବର୍ତ୍ତୀ ଝଟକା ବିଷୟରେ ଏଜେନ୍ସି ଚେତାବନୀ ଦେଇଛି। କେନ୍ଦ୍ରୀୟ ଓ ଦକ୍ଷିଣ ଫିଲିପାଇନ୍ସର ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ଉଚ୍ଚସ୍ଥାନ କିମ୍ବା ଅଧିକ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯିବାକୁ ପରାମର୍ଶ ଦିଆଯାଇଛି। ତୁରନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ। ତେବେ ଦକ୍ଷିଣ ଫିଲିପାଇନ୍ସର ଡାଭାଓ ଓରିଏଣ୍ଟାଲ୍ ପ୍ରଦେଶର ଗଭର୍ଣ୍ଣର କହିଛନ୍ତି ଯେ, କେତେକ କୋଠା କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ଫିଲିପାଇନ୍ସରେ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ଭୟଙ୍କର ଭୂମିକମ୍ପ ଘଟିବାର ଦୁଇ ସପ୍ତାହ ପ‌ରେ ପୁଣି ଏହି ଶକ୍ତିଶାଳୀ ଭୂକମ୍ପ ହୋଇଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.