ଜାମ୍ମୁ-କାଶ୍ମୀରରେ ଅନୁଭୂତ ହେଲା ଭୂମିକମ୍ପ

ଶ୍ରୀନଗର : ଶୁକ୍ରବାର ସକାଳେ ଜାମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ ରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି I ଆଜି ସକାଳ ୫.୧ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଜଳବାୟୁରେ ଦିନ କୁ ଦିନ ପୁରିବର୍ତ୍ତନ ହେବାରେ ଲାଗିଛି । ପ୍ରଦୂଷଣ ବଢିଥିବା କାରଣରୁ ସମଗ୍ର ବିଶ୍ୱକୁ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟର ସାମ୍ନା କରିବାକୁ ପଡିଛି ।

ତେବେ ତୁର୍କୀରେ ହୋଇଥିବା ଭୂକମ୍ପକୁ ବିଶ୍ୱ ଭୁଲିନଥିବା ବେଳେ, ଭାରତର ଗୋଟିଏ ପରେ ଗୋଟିଏ ରାଜ୍ୟରେ ଭୂକମ୍ପର ଝଟକା ଅନୁଭୂତ ହେଉଛି । ଆଜି ଜମ୍ମୁ-କାଶ୍ମୀରରେ କଟରାଠାରୁ ୯୭ କିମି ପୂର୍ବରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଫେବ୍ରୁଆରୀ ୧୩ ସିକ୍କିମ ରାଜ୍ୟରେ ସକାଳୁ ସକାଳୁ ୪.୩ ତୀବ୍ରତା ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବାବେଳେ ଫେବୃଆରୀ ୧୬ ଗୁରୁବାର ଦିନ ମେଘାଳୟରେ ୩ .୯ ତୀବ୍ରତରେ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ଫେବ୍ରୁଆରୀ ୧୧ ତାରିଖରେ ମଧ୍ୟ ଗୁଜୁରାଟର ସୁରତରେ ୩.୮ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହି ଭୂମିକମ୍ପ ଝଟକା ରେ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ I

Launching Ceremony of “AYUSHMAN BHARAT

Comments are closed.