ରଘୁନନ୍ଦନ ଲାଇବ୍ରେରୀ ସ୍ଥାନରେ ନିର୍ମାଣ ହେବ ଇ -ଲାଇବ୍ରେରୀ – ମନ୍ତ୍ରୀ

0

ଭୁବନେଶ୍ୱର : ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ ଇ-ଲାଇବ୍ରେରୀ । ‘ଜ୍ଞାନ’ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ । ଇ-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ନିର୍ମାଣ କରିବେ ସରକାର । ଶ୍ରଦ୍ଧାଳୁ ଓ ଗବେଷକଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରିବା ନେଇ SJTA ଏହି ନିଷ୍ପତ୍ତି ନେଇଛି । ରାଜ୍ୟ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏ ନେଇ ସୂଚନା ଦେଇଛନ୍ତି।

ମନ୍ଦିର ରେକର୍ଡ, ରୀତିନୀତି, ମାଦଳା ପାଞ୍ଜି, ପୋଥି ଓ ପାଣ୍ଡୁଲିପି ସଂରକ୍ଷଣ ନେଇ ଲକ୍ଷ୍ୟ ରଖାଯାଇଛି। ପୁରାତନ ପୁସ୍ତକ ଓ ତଥ୍ୟ ସହ ସଂରକ୍ଷିତ ଡକ୍ୟୁମେଣ୍ଟକୁ ନେଇ ଡାଟାବେସ ତିଆରି ହେବ। ଜଗନ୍ନାଥ ସଂସ୍କୃତି ଗବେଷଣା ଉପରେ ଗବେଷକଙ୍କୁ ସହାୟକ ହେବ ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।

ରାଜ୍ୟ ସରକାରଙ୍କ ଫୋକସରେ ପୁରାତନ ଐତିହ୍ୟ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଉଚ୍ଛେଦ ହୋଇଥିବା ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀର ହେବେ ନବକଳେବର । ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ କ୍ଷୀଣ ହୋଇଥିବା ରଘୁନନ୍ଦନ ଲାଇବ୍ରେରୀ ପୁନରୁଦ୍ଧାର ଆଶା ପୁନର୍ଜୀବିତ ହୋଇଛି । ଲାଇବ୍ରେରୀରେ ସ୍ଥାନ ପାଇବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଂରକ୍ଷିତ ରହିଥିବା ଦୁର୍ମୂଲ୍ୟ ପୁସ୍ତକ । ଲାଇବ୍ରେରୀର ରୂପରେଖ ପାଇଁ ସଂପୃକ୍ତ ବିଭାଗ ଡି ପି ଆର୍ ପ୍ରସ୍ତୁତି କରିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.