ଭୁବନେଶ୍ୱର : ଚାଷୀ ପଞ୍ଜୀକରଣକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ନିଜର ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଦଲାଲମାନଙ୍କୁ ରୋକିବା ପାଇଁ ସରକାର ଇ-କେୱାଇସି ବ୍ୟବସ୍ଥା କରିଛନ୍ତି । ସେଲ୍ଫ ଡିକ୍ଲାରେସନ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କାହାରିକୁ ହଇରାଣ କରାଯିବା ଏହା ଉଦ୍ଦେଶ୍ୟ ନୁହେଁ । ଫର୍ମ ଗ୍ରହଣ ନହେବାର ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭାଗ ଚାଷୀ ମାଲିକଙ୍କ ଠାରୁ ଲେଖା ଆଣିଲେ ପଞ୍ଜିକରଣ ହୋଇପାରିବ ଓ ପ୍ରକୃତ ଚାଷୀଙ୍କୁ ଚିହ୍ନିବା ଓ ଦଲାଲଙ୍କୁ ରୋକିବାକୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟରେ ଚାଷୀଙ୍କ ସଂଖ୍ୟା କମାଇବା କଥା ବିରୋଧୀ ମିଛ କହୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।