ଆସନ୍ତା ୨ରୁ ୩ ଦିନ ଯାଏଁ ପାଗ ଶୁଖିଲା ସାଙ୍ଗକୁ ଦିନର ତାପମାତ୍ରା ବୃଦ୍ଧି ହେବ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୁର୍ଣ୍ଣିବଳୟ । ଫଳରେ ୧୯ରେ ଏହା ଲଘୁଚାପର ରୂପ ନେଇପାରେ । ତେଣୁ ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ପାଗ ଶୁଖିଲା ରହିବ I ଏହସାଙ୍ଗକୁ ଦିନର ତାପମାତ୍ରାରେ ବୃଦ୍ଧି ହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସୂଚନାରେ ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଜଳୀୟବାଷ୍ପ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାର ବି, ଚେତାବନୀ ଜାରି କରାଯାଇଛି।

୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୧୮ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ମୌସୁମୀ ଏବେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ।

ଏଣେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ଆକଳନ ଅନୁଯାୟୀ ଅକ୍ଟୋବରରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ସବୁ ଉପକୂଳ ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ। ଉପକୂଳବର୍ତ୍ତୀ ଜିଲ୍ଲା ସଂଲଗ୍ନ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଉଭୟ ଅକ୍ଟୋବର ଓ ନଭେମ୍ବର ମାସରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଫଳରେ ରାଜ୍ୟକୁ ବିଳମ୍ବରେ ଶୀତ ଆସିବ।

ସେହିପରି ୧୮ ତାରିଖରୁ ହେଉଥିବା ଘୁର୍ଣ୍ଣିବଳୟ ଯୋଗୁଁ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ରେ ୧୯ରୁ ପାଗ ବଦଳିବ । ୨୦,୨୧ ଓ ୨୨ରେ ବର୍ଷା ସମ୍ଭାନା ଅଛି । ସକ୍ରିୟ ମୌସୁମୀ ଓ ଆଗକୁ ଆସୁଥିବା ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିବ । ଆସନ୍ତା ୧୦ ଦିନରେ ୧୨୦ ରୁ ୧୫୦ ମିଲିମିଟର ବର୍ଷା ସମ୍ଭାବନା ଅଛି ବୋଲି ସେ କହିଛନ୍ତି I

Launching Ceremony of “AYUSHMAN BHARAT

Comments are closed.