ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବିତରଣ କାର୍ଯ୍ୟକ୍ରମ ବେଳେ ଦଳା ଚକଟାରେ ୩ ମୃତ ୫ ଆହତ

କୋଲକାତା : ମାଗଣା କମ୍ବଳ ନେବାକୁ ଆସି ଦଳା ଚକଟା ରେ ୩ ମୃତ I ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗର ଆସନସୋଲର ବୁରଦ୍ୱାନରେ I ବୁଧୁବାର ଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ର ଆସାନସୋଲରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା କମ୍ବଳ ବାଣ୍ଟିବା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା I ଶୁଭେନ୍ଦୁ ଅଧିକାରୀଙ୍କ ଭାଷଣ ପରେ କମ୍ବଳ ବଣ୍ଟା ଯାଇଥିଲା I ଯେତେବେଳେ କମ୍ବଳ ବଣ୍ଟା ଆରମ୍ଭ ହୋଇଥିଲା ସେହି ସମୟରେ ଲୋକମାନେ କମ୍ବଳ ପାଇବା ପାଇଁ ମଞ୍ଚ ଆଡକୁ ଦୌଡିବାକୁ ଲାଗିଥିଲେ। ଯେଉଁଥି ପାଇଁ ଏହି ଦଳାଚକଟା ହୋଇଥିଲା। ଆସାନସୋଲ ଦୁର୍ଗାପୁର ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଦଳାଚକଟାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ‘

ଏହି ଘଟଣା ପରେ ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୀତି ଉଷ୍ମ ହୋଇଛି I ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧା ସଳଖ ଶୁଭେନ୍ଦୁ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଏହା ସହିତ ସେ କହିଛନ୍ତି କି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପୋଲିସ ନିକଟରୁ ଅନୁମତି ଅଣାଯାଇ ନ ଥିଲା I

ସେହିପରି ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ସେ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇ କହିଛନ୍ତି କି ଶୁଭେନ୍ଦୁ ଅଧିକାରୀ ଆଇନ ଉଲ୍ଲଂଘନ କରିଛନ୍ତି। ଉପଯୁକ୍ତ ଅନୁମତି ବିନା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ପୋଲିସ ଏହି ଘଟଣାର ତଦନ୍ତ କରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପଟେ ଟିଏମସି ଆରୋପ ପରେ ଶୁଭେନ୍ଦୁ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି କି,ମୁଁ ସଭା ସ୍ଥାନ ଛାଡିବାର ଘଣ୍ଟାଏ ପରେ ଏହି ଘଟଣା ଘଟିଛି I ମୁଁ ଯେତେବେଳେ ସେଠାରେ ଥିଲି, ସେଠାରେ ସୁରକ୍ଷା ବ୍ୟବସ୍ଥା ଠିକ୍ ଥିଲା | ପୋଲିସ ଏବଂ ଟ୍ରାଫିକ ପୋଲିସ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାନୁସାରେ ଆସାନସୋଲ ପୂର୍ବତନ ମେୟର ତଥା ବିଜେପି ନେତା ଜିତେନ୍ଦ୍ର ତେୱାରୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ କମ୍ବଳ ନେବା ପାଇଁ ଅସଂଖାକୟ ଲୋକଙ୍କ ଭିଡ଼ ହେବା ଯୋଗୁଁ ପରିସ୍ଥିତି ଅନିୟନ୍ତ୍ରିତ ହୋଇ ପଡିଥିଲା I ଏହି ଦଳା ଚକଟାରେ ୩ ଜଣକ ମୃତ୍ୟୁ ହେବା ସହିତ ୫ ଜଣ ଗୁରୁତର ଆହତ ହୋଇଛନ୍ତି I ଆହତମାନଙ୍କୁ ତୁରନ୍ତ ଆସାନସୋଲ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I

Comments are closed.