ବ୍ରତ ସମୟରେ ପିଅନ୍ତୁ ଅଧିକ ପାଣି

ନବରାତ୍ରୀ ସମୟରେ ବ୍ରତ ରଖୁଥିବାବ୍ୟକ୍ତିଙ୍କ ଭିତରେ କିଛି ଲୋକ ସ୍ୱାତିକ ଭୋଜନ କରୁଥିବାବେଳେ କିଛିଜଣ କେବଳ ଫଳ ଖାଇଥାଆନ୍ତି । ଏହି କାରଣରୁ ସେହି ସମୟରେ ଶରୀରକୁ କମ ପୋଷଣ ମିଳିଥାଏ । ତେଣୁ ଏହି ସମୟରେ ପାଣି ଅଧିକ ମାତ୍ରାରେ ପିଇବାର ଆବଶ୍ୟକତା ରହିଛି, ଯାହା ଆପଣଙ୍କୁ ଡିହାଇଡ୍ରେସନରୁ ବଞ୍ଚାଇବ । ସେହିଭଳି ଏହା ଆପଣଙ୍କ ଶରୀରକୁ ଡିଟକ୍ସ କରିବାରେ ମଧ୍ୟ ସାହାଯ୍ୟ କରିବ । ଆମ ଶରୀରର ପାଖାପାଖି ୭୦ ପ୍ରତିଶତ ଅଂଶ ପାଣିରେ ତିଆରି ହୋଇଥାଏ । ରକ୍ତ, ମାଂସପେଶୀ ଓ ମସ୍ତିଷ୍କ ସମସ୍ତ ଅଙ୍ଗପାଇଁ ଆମର ପାଣିର ଆବଶ୍ୟକତା ରହିଥାଏ । ବ୍ରତ ସମୟରେ ଆମେ ଖାଇବା ଖାଉ ନଥାଉ ତେଣୁ ଶରୀରର ଗଚ୍ଛିତ କରି ରଖିଥିବା ଉର୍ଜାର ବ୍ୟବହାର କରିଥାଏ । ତେଣୁ ଏହି ସମୟରେ ପାଣିର ଅଭାବ ରହିଲେ ଏହା ଆମର କିଛି ଅଙ୍ଗ ଉପରେ ପ୍ରଭାବ ପକାଇଥାଏ । ତେଣୁ ଏହି ସମୟରେ ବିଶେଷଭାବେ ଅଧିକ ପାଣି ପିଅନ୍ତୁ । ଏହି ସମୟରେ ଅଧିକ ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ, ଏହାସହିତ ଅନେକ ଟକ୍ସିକ ସାମଗ୍ରୀ ମଧ୍ୟ ବାହାରିଯାଇଥାଏ । ସେହିଭଳି ପାଣି ପିଇବା ଦ୍ୱାରା ଏହି ସମୟରେ ଭୋକ ନିୟନ୍ତ୍ରଣରେ ରହିଥାଏ । ମେଟାବଲିଜିମ ଭଲ ହେବା ସହିତ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।

Launching Ceremony of “AYUSHMAN BHARAT

Comments are closed.