ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ରାଜ୍ୟ ଡ୍ରଗ୍ସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢ଼ାଉ ଚାଲିଛି। ସମ୍ୱଲପୁର ଘର ଓ ଅଫିସ୍ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ ହେଉଛି । ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ ରେଡ ଚାଲିଛି । ଚଢ଼ାଉରେ ୪ ଡିଏସପି, ୧୦ ଇନସ୍ପେକ୍ଟର ଓ ୪ ଜଣ ଏଏସଆଇ ସାମିଲ ଅଛନ୍ତି । ନୟାପଲ୍ଲୀ ବେହେରା ସାହି ସ୍ଥିତ ମେଟ୍ରୋ ସିଟିରେ ୨ଟି ଫ୍ଲାଟ୍, ଏସପ୍ଲାନେଡ୍ ୱାନ୍ ମଲ୍ରେ OU-୬୩୪, ସମ୍ୱଲପୁର ବରେଇପାଲି ସ୍ଥିତ ତାଙ୍କ ଭଡ଼ା ଘର, ବ୍ରହ୍ମପୁର ସ୍ଥିତ ପୈତୃକ ଘର ଏବଂ ସମ୍ୱଲପୁର ସ୍ଥିତ ତାଙ୍କ ଅଫିସ ଚାମ୍ୱରରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ I ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।

Comments are closed.