ଅନଲାଇନରେ ଚାଲିଛି ଡ୍ରଗ୍ସ କାରବାର

ଭୁବନେଶ୍ୱର : ଡ୍ରଗ୍ସ ବେପାରୀଙ୍କୁ ନୂଆ ଫଣ୍ଡା I ଏଣିକି ଅନଲାଇନରେ ମିଳୁଛି ଡ୍ରଗ୍ସ I ଅନଲାଇନ ମାଧ୍ୟମରେ ଅବାଧରେ କରିହେବ ନିଶା କାରବାର I ଆଉ ଏବେ ନୂଆ ନୀତି ଆପଣାଇଛନ୍ତି ଡ଼୍ରଗ୍ସ ମାଫିଆ । ନିଶାର ଚରା ଭୂଇଁ ପାଲଟିବାରେ ଲାଗିଛି ଆମ ରାଜ୍ୟ ଓଡ଼ିଶା । ଆଉ ନିଶା କବଳରେ ପଢୁଛନ୍ତି ଯୁବପିଢି । କେତେବେଳେ ଗାଡ଼ି ଡ଼ିକିରେ ତ କେତେବେଳେ ଜାହଜ ଭିତରେ ହୋଇଛି ନିଶା କାଶା ମାଗି ବ୍ୟବହାର କରୁଛନ୍ତି ଯୁବପିଢ଼ି I କାରଣ ସେମାନେ ଯୋଗାଉଥିବା ପ୍ୟାକେଟରେ କଣ ଅଛି, ତାହା ପଚାରିବାର ଅଧିକାର ସ୍ବିଗିରେ ନାହିଁ ।’ନିଶା ମୁକ୍ତି ଭାରତ ଅଭିଯାନ’ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଯୋଗ ଦେଇ ଦୈତ୍ୟନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏଇଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି I ଆଉ ବର୍ତ୍ତମାନ ନିଶାକବଳରେ ପଡିଥିବା ଯୁବପିଢିଙ୍କ ପାଇଁ ଉଦବେଗ ପ୍ରକାଶ କରିଛନ୍ତି I

ସେ ଆହୁରି କହିଛନ୍ତି, ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ଏବେ ଉପାନ୍ତ ଅଞ୍ଚଳକୁ ବ୍ୟାପିଲାଣି । ସେହିପରି ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀ ହିଁ ଡ୍ରଗ୍ସ ନେଉଥିଲେ । ହେଲେ ଏବେ ତାହା ସବୁ କଲେଜକୁ ବ୍ୟାପିଲାଣି । ତେବେ ଏନ୍ଫୋର୍ସମେଣ୍ଟ ବଢ଼ିଥିବାରୁ ପ୍ରତି ବର୍ଷ ସିଜର ବଢ଼ୁଛି । ଭାରତକୁ ନିଶାମୁକ୍ତ କରିବା ପାଇଁ କମିଟିକୁ ଯୁବପିଢ଼ିଙ୍କ ସମେତ ସ୍କୁଲ କଲେଜ ଯାଇ ପିଲାମାନଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି କହିଛନ୍ତି ।

Govt

Comments are closed.