ନିଶାଡୀ ପୁଅର ନାରକୀୟ କାଣ୍ଡ, ପରିବାରର ୪ ଜଣଙ୍କୁ ଛୁରୀ ଭୁଶି କଲା ହତ୍ୟା

ନୂଆଦିଲ୍ଲୀ: ନିଶାଖୋର ପୁଅର ନାରକୀୟ କାଣ୍ଡ I ପୁରା ପରିବାରକୁ କଲା ନିପାତ I ନିଜ ଜନ୍ମକଲା ବାପା-ମାଆଙ୍କ ସହିତ ଭଉଣୀ ଓ ଜେଜେ ମା’ଙ୍କୁ ଛୁରୀଭୁଷି କଲା ନିର୍ମମ ଭାବରେ ହତ୍ୟା I ଏଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଦିଲ୍ଲୀରେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନାନୁସାରେ ଦିଲ୍ଲୀର ସାଉଥ ୱେଷ୍ଟ ଜିଲ୍ଲା ପାଲମ ଅଞ୍ଚଳର ରାଜନଗର ପାର୍ଟ-୨ରୁ ଏକ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ମୃତକଙ୍କ ମଧ୍ୟରେ ମାଆ, ବାପା, ଜେଜେ ମାଆ ଓ ଉଭଣୀ ଅଛନ୍ତି। ଘରର ପୁଅ କେଶବ ହିଁ ହତ୍ୟାକାରୀ ବୋଲି ଜଣ ପଡିଛି I

ପ୍ରଥମେ ସେ ନିଜ ଭଉଣୀକୁ ତାଙ୍କ ରୁମ୍‌ରେ ହତ୍ୟା କରିଥିଲା, ତାଙ୍କର ମୃତଦେହ ଚଟାଣରେ ପଡ଼ି ରହିଥିଲା। ଖଟ ଉପରେ ଜେଜେମା’ଙ୍କ ମୃତଦେହ ମିଳିଥିଲା। ସେହିଭଳି ବାଥରୁମରେ ବାପା-ମାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୋଇବା ଘରରୁ ବାଥରୁମ ପର୍ଯ୍ୟନ୍ତ ଘର ଭିତରେ ରକ୍ତ ହିଁ ରକ୍ତ ଚାରିଆଡେ ଦେଖିବାକୁ ମିଳିଥିଲା। ଅଭିଯୁକ୍ତ କେଶବ (୨୫) ତା’ର ଜେଜେମା ଦେୱାନୋ ଦେବୀ (୭୫),ବାପା ଦୀନେଶ (୫୦), ମା’ ଦର୍ଶନା ଏବଂ ଭଉଣୀ ଉର୍ବଶୀ (୧୮) କୁ ହତ୍ୟା କରିଥିଲା। ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଜଣାପଡିନଥିବା ବେଳେ ପୁଲିସ ଅଭିଯୁକ୍ତ ପୁଅ କେଶବକୁ ଗିରଫ କରିଛି । ପୁଲିସ ମୁତାବକ, ତା ବୟସ ୨୫ ବର୍ଷ ଓ ସେ ଜଣେ ନିଶାଖୋର୍ ବ୍ୟକ୍ତି। ସେ ହିଁ ଘରର ୪ ଜଣ ସଦସ୍ୟଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି। ପୁଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ କହିଛି, ଗିରଫ ହୋଇଥିବା ଅଭିଯୁକ୍ତଙ୍କ କେଶବ ନିକଟ ଅତୀତରେ ଏକ ‘ଡ୍ରଗ୍‌ସ୍ ଆଡିକ୍ସନ୍ ସେଣ୍ଟର୍‌’ରୁ ଘରକୁ ଆସିଥିଲେ। କିନ୍ତୁ ନିଶା ସେବନ ଛାଡିପାରି ନଥିଲେ I ଘଟଣାଦିନ ସେ ନିଶା ଖାଇବା ପାଇଁ ଘରର ସଦସ୍ୟଙ୍କୁ ତାଙ୍କ ମାଗି ବିଫଳ ହେବାରୁ ଘରେ ପ୍ରବଳ ପାଟିତୁଣ୍ଡ କରିଥିଲେ I ଏହାପରେ ପ୍ରତିଶୋଧ ପରାୟଣ ହୋଇ ପ୍ରଥମେ ନିଜ ଭଉଣୀ ,ପରେ ଜେଜେମା’ ଏବଂ ନିଜ ବା,ମା’ଙ୍କୁ ଛୁରୀ ଭୁସି ହତ୍ୟା କରି ଥିବା ପାଲେମ ପୋଲିସ ସୂଚନା ଦେଇଛି I ଏହି ଘଟଣା ସଂକ୍ରାନ୍ତରେ ପୋଲିସ ରାତି ପ୍ରାୟ ୧୦.୩୦ରେ ସୂଚନା ପାଇଥିଲେ ଏବଂ ଏହି ହତ୍ୟାକାଣ୍ଡ ଉପରେ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି I

Govt

Comments are closed.