ଭୁବନେଶ୍ୱର ଏମ୍ସରେ ପରୀକ୍ଷାମୂଳକ ଭାବରେ ଆରମ୍ଭ ହେଲା ଡ୍ରୋନ ସେବା

ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା I ଏଣିକି ମେଡିକାଲରେ ଡ୍ରୋନ ସେବା ଉପଲବ୍ଧ ହୋଇପାରିବ I ଆଜି ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ପରୀକ୍ଷାମୂଳକ ଭାବରେ ଡ୍ରୋନ ସେବା ଆରମ୍ଭ ହୋଇଯାଇଛି । ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି ଡ୍ରୋନ୍‌ । ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ସଫଳତାର ସହ ଫେରି ଆସିପାରିଛି I ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି । ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା । ଏମ୍ସ ମେଡିକାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏ ନେଇ ସୁଚନା ଦେଇଛନ୍ତି ।

ଏହି ସୁବିଧା ଦ୍ୱାରା ବେଶ ଉପକୃତ ହୋଇପାରିବେ ରୋଗୀ । ଏହି ଡ୍ରୋନ ଜରିଆରେ ରକ୍ତ, ଔଷଧ, ମେଡିକାଲ ଉପକରଣ ପଠାଯିବ ବୋଲି ଜାଣିବାକୁ ମିଳିଛି । ଓଡ଼ିଶା ଏମ୍ସରେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ପରୀକ୍ଷା ମୂଳକ ଭାବରେ ସଫଳ ହୋଇଛି I ଏହାଯୋଗୁଁ ଏମ୍ସ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଏହି ସେବାରେ ବେଶ୍ ଉପକୃତ ହୋଇପାରିବେ ।

Govt

Comments are closed.