ପୂରଣ ହେଉଛି ପିଲାଦିନର ସ୍ୱପ୍ନ

ନିକଟରେ ମଲାଇକା ଅରୋରାଙ୍କର ଏକ ସାକ୍ଷାତକାର ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ମଲାଇକା ନିଜର ସ୍ୱପ୍ନ ସମ୍ପର୍କରେ ମତ ରଖିଛନ୍ତି । ତେବେ ଅଧିକାଂଶ ଦର୍ଶକ ଭାବିଥିବେ ଏହି ସ୍ୱପ୍ନ ଅଭିନୟ ସମ୍ପର୍କିତ ହେବ ହେଲେ ଏପରି ନୁହେଁ । ମଲାଇକାଙ୍କର ପିଲାଦିନର ସ୍ୱପ୍ନ ବ୍ୟବସାୟକୁ ନେଇ ଥିବା ଜଣା ପଡିଛି । ତେବେ ପିଲାଦିନର ଏହି ସ୍ୱପ୍ନ ତାଙ୍କର ଏବେ ପୂରଣ ହେଉଛି ବୋଲି ସେ ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତାଙ୍କୁ ଏହି ସ୍ୱପ୍ନ ପୂରଣ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଛି । ନିକଟରେ ସେ ରେସ୍ତୋରାଁ ବ୍ୟବସାୟରେ ଇନ୍‌ଭେଷ୍ଟ କରିଛନ୍ତି, ଯାହା ତାଙ୍କର ସବୁଠାରୁ ଭଲ ଇନ୍‌ଭେଷ୍ଟ ବୋଲି ପ୍ରକାଶ କରିଛନ୍ତି । ପିଲାଦିନୁ ତାଙ୍କର ଖାଦ୍ୟ ପ୍ରତି ଖୁବ ଦୁର୍ବଳତା ରହିଛି । ସେ ଏତେ ଫିଟ୍‌ ଥିଲେ ବି ଖାଦ୍ୟକୁ ଖୁବ ପସନ୍ଦ କରନ୍ତି । ତେଣୁ ସେ ଲୋକଙ୍କୁ ହେଲ୍‌ଦି ଫୁଡ୍‌ ପରଷିବାକୁ ଏହି ରେସ୍ତୋରାଁ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି । କେବଳ ରେସ୍ତୋରାଁ ନୁହେଁ ତାଙ୍କୁ ନିଜର ଷ୍ଟୁଡିଓ ମଧ୍ୟ ଖୋଲିବାର ଅଛି, ଏଭଳି ଅନେକ ବ୍ୟବସାୟରେ ତାଙ୍କର ରୁଚି ରହିଛି ।

Govt

Comments are closed.