ହୋଲି ବା ଦୋଳ ପୂର୍ଣ୍ଣିମା ବସନ୍ତ ଋତୁର ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ପଡ଼େ । ଭାରତ ବର୍ଷରେ ହୋଲିକୁ ବେଶ୍ ଧୂମ୍ଧାମରେ ପାନଳ କରାଯାଏ । ସନାତନ ଧର୍ମାନୁସାରେ, ହୋଲିକୁ ସୁଖସମ୍ୃଦ୍ଧି, ଭାଈଚାରା ଓ ପ୍ରେମର ପ୍ରତିକ ଭାବେ ବିବେଚନା କରାଯାଏ ।
ସେହିପରି ବାସ୍ତୁ ଶାସ୍ତ୍ରାନୁସାରେ, ହୋଲି ବା ଦୋଳ ପୂର୍ଣ୍ଣିମାରେ କୌଣସି କାର୍ଯ୍ୟକୁ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ଦିନ ଭାବେ ଦର୍ଶାଯାଇଛି । ଘରେ ବାସ୍ତୁ ଦୋଷ ଥିଲେ ଏହିପରି କିଛି ଉପାୟ ରହିଛି, ଯାହାକୁ ହୋଲି ପର୍ବ ଦିନେ ପାଳନ କଲେ ଘର ଓ ପରିବାର ଲୋକଙ୍କର ବାସ୍ତୁ ଦୋଷ ସମାପ୍ତ ହୋଇଥାଏ ।
ଘର ବାହାରେ ରଙ୍ଗୋଲି-
ରଙ୍ଗ ସମସ୍ତଙ୍କୁ ଭଲ ଲାଗେ ଓ ମନରେ ଏକ ସକରାତ୍ମକ ଭାବ ଜାଗ୍ରତ କରେ । ହୋଲି ଦିନରେ ସକାଳୁ ସକାଳୁ ଘର ବାହାରରେ ବା ଘର ମୁଖ୍ୟ ଦ୍ୱାର ସାମ୍ନାରେ ଲାଲ୍, ସବୁଜ, ଗୋଲାପୀ ଓ ହଳଦିଆ ରଙ୍ଗକୁ ନେଇ ରଙ୍ଗୋଲି କଲେ ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ଓ ସ୍ନେହ ବୃଦ୍ଧି ପାଏ । ମନରେ ସର୍ବଦା ପ୍ରସନ୍ନ ଲାଗି ରୁହେ ।
ଭୋଗରେ ଲଗାନ୍ତୁ ସରବତ ଓ ମିଠା-
ଦୋଳ ପୂର୍ଣ୍ଣିମାରେ ଭଗବାନ ଗୌରୀ ଗଣେଶଙ୍କୁ ପୂଜା କରିବାର ବିଶେଷ ବିଧି ରହିଛି । ଏହି ଦିନରେ ଗଣେଶଙ୍କ ପାଖରେ ସରବତ ଓ ମିଠା ଭୋଗ କଲେ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ । ଭଗବାନ ଗଣେଶଙ୍କ ବିଶେଷ କୃପା ମିଳେ ଓ ଘରେ ଧନର ଅଭାବ ରୁହେ ନାହିଁ ।
ଘରେ ଲଗାନ୍ତୁ ସବୁଜ ରଙ୍ଗର ଗଛ-
ଘରେ ଯଦି କୌଣସି ପ୍ରକାରର ବାସ୍ତୁ ଦୋଷ ରହିଛି, ତେବେ ଏହି ଦିନଟିରେ ଏହାକୁ ଦୂର କରି ହେବ ବୋଲି ବାସ୍ତୁ ଶାସ୍ତ୍ରରେ ଦର୍ଶାଯାଇଛି । ଏଥିପାଇଁ ଘର ଭିତରେ ସବୁଜ ରଙ୍ଗର ଗଛ ଲଗାନ୍ତୁ ଓ ସବୁଜ ରଙ୍ଗର ରଙ୍ଗୋଲି ତିଆରି କରନ୍ତୁ । ଏଥିରେ ଘରେ ସକରାତ୍ମକ ପ୍ରଭାବ ବୃଦ୍ଧି ପାଏ ଓ ଧୀରେ ଧୀରେ ସମସ୍ତ ପ୍ରକାର ବାସ୍ତୁ ଦୋଷ କଟିବ ।
ଘରେ ସ୍ଥାପନା କରନ୍ତୁ ରାଧାକୃଷ୍ଣଙ୍କ ପ୍ରତିମା-
ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଯଦି ସର୍ବଦା ଝଗଡ଼ା ହେଉଛି ବା ଛୋଟ ଛୋଟ କଥାକୁ ନେଇ ମନମାଳିନ୍ୟ ହେଉଛି, ତେବେ ଏହି ପବିତ୍ର ଦିନରେ ଘରେ ରାଧାକୃଷ୍ଣଙ୍କ ପ୍ରତିମା ସ୍ଥାପନା କରନ୍ତୁ । କିମ୍ବା ଘରେ ରାଧାକୃଷ୍ଣଙ୍କ ଛବି ଲଗାନ୍ତୁ । ଫଳରେ ଧୀରେ ଧୀରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ିବ ଓ ସମ୍ପର୍କ ସର୍ବଦା ମଜଭୁତ ରହିବ ବୋଲି ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।
କ୍ୟାରିଅର୍ରେ କରନ୍ତୁ ଉନ୍ନତି-
ଘରେ କିମ୍ବା କାର୍ଯ୍ୟସ୍ଥଳରେ ସୂର୍ଯେ୍ୟାଦୟ ହେଉଥିବା ଏକ ଛବି ପୂର୍ବ ଦିଗରେ ଲଗାନ୍ତୁ । ଏହିପରି କଲେ ରାହୁ ଦୋଷ କଟିଥାଏ ଓ କ୍ୟାରିଅର୍ରେ ଉନ୍ନତି ମିଳେ । ଅଧାରେ ଅଟକିଥିବା କାର୍ଯ୍ୟ କିମ୍ବା ଆରମ୍ଭ ହୋଇପାରୁନଥିବା କାର୍ଯ୍ୟ ଆରମ୍ଭ ହୁଏ । ଶୁଭ ଫଳ ମିଳେ ।
ବଦଳାନ୍ତୁ ଧ୍ୱଜା-
ଘରର ଶୀର୍ଷ ସ୍ଥାନରେ ଯଦି ଧ୍ୱଜା ରହିଛି, ତେବେ ଏହି ପବିତ୍ର ଦିନରେ ତାହାକୁ ବଦଳାଇ ପାରିବେ । ନୂଆ ଧ୍ୱଜା ଘରେ ସୁଖସମୃଦ୍ଧି ବଢ଼ାଏ ଓ ପରିବାର ମାନସମ୍ମାନକୁ ମଧ୍ୟ ବୃଦ୍ଧି କରେ । ଏହାହସିତ ପରିବାର ଲୋକଙ୍କ ମନରେ ପ୍ରେମ ଭାବନା ଜାଗ୍ରତ ହୁଏ ।

Comments are closed.