ଭୁବନେଶ୍ୱର: ଭଡାଘର ଯୋଗାଇ ଦେବାକୁ କହି ଡାକ୍ତରଙ୍କୁ ଚୂନ ଲଗାଇଲେ ଦଲାଲ । ରାସ୍ତାକଡ଼ ଟୁ-ଲେଟ୍ ପୋଷ୍ଟରରୁ ନମ୍ବର ଆଣି ଘର ଭଡା ପାଇଁ ଯୋଗାଯୋଗ କରିଥିଲେ ଡାକ୍ତର । ଦଲାଲ ଜଣକ ଡାକ୍ତରଙ୍କୁ ନନ୍ଦନବିହାରରେ ଘର ଦେଖାଇଥିଲା । ଏହାପରେ ୨ ମାସରେ ଆଡଭାନ୍ସ ସହିତ ପ୍ରୋସେସିଂ ଫି’ ନେଇ ଫେରାର ହୋଇଯାଇଛି । ଇନ୍ଫୋସିଟି ଥାନାରେ ଏ ନେଇ ଡେଣ୍ଟିଷ୍ଟ ଅଭିଯୋଗ କରିଛନ୍ତି । ଡେଣ୍ଟିଷ୍ଟ ଜଣକ ହେଉଛନ୍ତି ଜ୍ୟୋତିପ୍ରକାଶ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲାରେ। ଦିଲ୍ଲୀରେ ପାଠ ପଢା ଶେଷ କରିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇଣ୍ଟର୍ନସିପ ପାଇଁ ଆସିଥିଲେ ।

Comments are closed.