ଏବର୍ଷ ଦୀପାବଳି ଦିନ କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯେ୍ୟାପରାଗ ପଡ଼ୁଛି । ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ସେଦିନ ଗ୍ରହଣ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକଣ୍ଡରେ ରହିଛି ଓ ସର୍ବମୋକ୍ଷ ହେବ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ରହିଛି । ଏହି କାଣରୁ ଦୀପାବଳି ଅମାବାସ୍ୟା ବିଧିରେ ବାଧା ସୃଷ୍ଟି ହେବ ।
ଅନ୍ୟପକ୍ଷରେ, ଓଡ଼ିଶା ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ୨୪ ତାରିଖରେ ଦୀପଦାନ, ପୟାଶ୍ରାଦ୍ଧ, କାଳିପୂଜା ଓ ବଡବଡୁଆ ଡାକ ହେବ । ରାତି ୧୨ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ସହ ସାଢ଼ ୨ଟାରୁ ୩ଟା ଭିତରେ ସକାଳଧୂପ, ଭୋର୍ ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ ।
ସେହିପରି ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ବଢିବା ପରେ ଅନ୍ୟାନ୍ୟ ନୀତି ଚାଲିବାକୁ ଛତିଶାନିଯୋଗରେ ନିଷ୍ପତ୍ତି ହୋଇଛି । ମୋଟ୍ ୧୬ମିନିଟ ୨୬ସେକେଣ୍ଡ ପାଇଁ ପୁରୀକୁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉଛି । ୨୫ତାରିଖ ଭୋର୍ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ । ସେହିପରି ଏଥର କାର୍ତ୍ତିକ ପୂର୍ଣ୍ଣମୀ ଅର୍ଥାତ୍ ନଭେମ୍ବର ୮ ତାରିଖ ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସେଦିନ ଭୋର୍ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Comments are closed.