ରେଳ କର୍ମଚାରୀଙ୍କୁ ଦୀପାବଳୀ ଭେଟି,୭୮ଦିନର ବେତନ ସହ ସମାନ ପିଏଲବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ କରିବା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରାଯାଇଛି ।

ପ୍ରତିବର୍ଷ ଦଶହରା/ପୂଜା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ଉତ୍ପାଦକତା ଆଧାରିତ ବୋନସ (ପିଏଲବି) ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ, ୧୧.୨୭ ଲକ୍ଷ ଅଣ-ଗେଜେଟେଡ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ ସହ ସମାନ ପିଏଲବି ପ୍ରଦାନ କରାଯାଇଛି । ୭୮ ଦିନ ପାଇଁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧/- ଟଙ୍କାର ବୋନସ ଦିଆଯାଏ । ଟ୍ରାକ୍‌ ରକ୍ଷଣାବେକ୍ଷଣ କର୍ମଚାରୀ, ଡ୍ରାଇଭର ଓ ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲ¬ର, କଣ୍ଟ୍ରୋଲର, ପଏଣ୍ଟସମେନ, ମନ୍ତ୍ରଣାଳୟସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ତୃତୀୟ ଶ୍ରେଣୀ କର୍ମଚାରୀ ଭଳି ବର୍ଗରେ ରେଳ କର୍ମଚାରୀଙ୍କୁ ଉପରୋକ୍ତ ପରିମାଣର ବୋନସ ଦିଆଯାଇଛି ।

ରେଳ କର୍ମଚାରୀଙ୍କୁ ୭୮ଦିନର ପିଏଲବି ପ୍ରଦାନ କରିବା ଲାଗି ରାଜକୋଷ ଉପରେ ୧୮୩୨.୦୯ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିଛି । କୋଭିଡ-୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ପ୍ରତିକୂଳ ଆର୍ଥିକ ପରିସ୍ଥିତି ସତ୍ତେ୍ୱ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରିବା ଲାଗି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।

Launching Ceremony of “AYUSHMAN BHARAT

Comments are closed.