ମାହାଙ୍ଗା : କାର୍ଯ୍ୟରେ ଅବହେଳା ଯୋଗୁଁ ଗୋଟିଏ ବ୍ଲକ ର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦେଶ । ମାହାଙ୍ଗା ବ୍ଲକ୍ କର୍ମଚାରୀଙ୍କ ଜୁଲାଇ ମାସର ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଉନ୍ନୟନ ଅଧିକାରୀ ଚିଠି ସଂଖ୍ୟା ୩୬୫୬ ରେ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୬ ତାରିଖରେ ଜରୁରୀକାଳୀନ ଘୋଷଣା କରି ସମସ୍ତ କର୍ମଚାରୀଙ୍କୁ ବ୍ଲକରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେଦିନ କର୍ମଚାରୀମାନେ ବ୍ଲକରେ ଉପସ୍ଥିତ ନ ରହିବା ଏବଂ ଏକ ଜନଶୁଣାଣି ବେଳେ ଜିଲ୍ଲାପାଳ ଏହି ବ୍ଲକରେ ସମସ୍ତ କର୍ମଚାରୀଙ୍କ ଉପସ୍ଥାନ ପାଇଁ ବାଓମେଟ୍ରିକ କ୍ୟାନର ଲଗାଇବାର ନିର୍ଦ୍ଦେଶକୁ ଲାଗୁ ନ କରିବା ଅଭିଯୋଗରେ ଏହି ଆକ୍ସନ ହୋଇଛି। ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଜିଲ୍ଲା ଉନ୍ନୟନ ଅଧିକାରୀ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀମାନଙ୍କ ଠାରୁ ଉପଯୁକ୍ତ ଉତ୍ତର ମିଳିବା ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ଜଣାପଡିଛି । ଅଭିଯୋଗ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Comments are closed.