ସଂଖ୍ୟା ଲଘୁ ସେଲରୁ ମୁନ୍ନା ଖାଁଙ୍କ ଇସ୍ତଫା ନେଇ ଚର୍ଚ୍ଚା

ଭୁବନେଶ୍ୱର : ନବୀନ ନିବାସରେ ସାଂସଦ ମୁନ୍ନା ଖାଁ । ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାଁଙ୍କ ଇସ୍ତଫା ନେଇ ଜୋରଧରିଛି ଚର୍ଚ୍ଚା । ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂଖ୍ୟାଲଘୁ ସେଲର ସାଉଥ ଜୋନ ସଂଯୋଜକ ପଦରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ଏଥିପାଇଁ ସେ ସକାଳୁ ସକାଳୁ ନବୀନ ନିବାସ ପହଞ୍ଚିଥିବା ଚର୍ଚ୍ଚା ହେଉଛି। ତେବେ ଗତ ୫ ତାରିଖରେ ସଂଖ୍ୟାଲଘୁ ସଂପ୍ରଦାୟ କମିଟି ଗଠନ ହୋଇଥିଲା। ଦିଲ୍ଲୀପ ତିର୍କିଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଛି।

ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ଅଳ୍ପସଂଖ୍ୟକ ସମ୍ପ୍ରଦାରୟ କମିଟିରୁ ଇସ୍ତଫା ଦେଇଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁନ୍ନାଙ୍କ ଇସ୍ତଫା ପଛରେ ବିଭିନ୍ନ କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି, ଯଦିଓ ଏ ସମ୍ପର୍କରେ ସେ ସରକାରୀ ଭାବେ କୌଣସି ବିବୃତ୍ତି ଦେଇନାହାନ୍ତି।

Launching Ceremony of “AYUSHMAN BHARAT

Comments are closed.