ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ଦୀପିକା ସିଂହ ଗୋୟଲ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪: ଦିୟା ଅର ବାତି ହମ୍ ସିରିଏଲରୁ ଫେମସ୍‌ ହୋଇଥିବା ଦୀପିକା ସିଂହ ଗୋୟଲ ଦୀର୍ଘ ବର୍ଷ ହେବ ଟେଲି ଇଣ୍ଡଷ୍ଟ୍ରିରେ ଥିଲେ। ହେଲେ ସେ ଏବେ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଛନ୍ତି। ସେ କହିଛନ୍ତି ମୋର ସ୍ୱାସ୍ଥ୍ୟ ହେତୁ ମୁଁ ଏହି ନିଷ୍ପତ୍ତି ନେଇଛି। ମୁଁ ଦୁଇ ବର୍ଷ ଧରି ଟିଭି ଠାରୁ ଦୁରେଇ ଅଛି। ଅଧିକ କାମ ଯୋଗୁଁ ମୋର ଜୀବନଶୈଳୀ ଖରାପ ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାକୁ ଲାଗିଲା। ମୋତେ ଏହି ସବୁକୁ ମ୍ୟାନେଜ କରିବା ବହୁତ କଷ୍ଟକର ହେଉଥିଲା।ଏହା ବ୍ୟତୀତ ଦୀପିକା ତାଙ୍କ କ୍ୟାରିୟର ବିଷୟରେ କହିଛନ୍ତି, ମୁଁ ସ୍ଥିର କରିଥିଲି ଡେଲିସୋପ୍ କରିବି ନାହିଁ। ମୁଁ ଏଥିରେ ମୋର ବହୁତ ସମୟ ବିନିଯୋଗ କରିଛି। ଏଥିପାଇଁ ମୁଁ ଭାବିଲି ଯେ ମୁଁ ଅନ୍ୟ କିଛି ପ୍ରୋଜେକ୍ଟ ଆରମ୍ଭ କରିବି, ବୋଧହୁଏ ମୁଁ ଏହାକୁ ମ୍ୟାନେଜ କରିପାରିବି। କିନ୍ତୁ ତାହା ହେଲା ନାହିଁ। ତାପରେ ମୁଁ ଭାବିଲି ଅଭିନୟ ଛାଡିବା ଉଚିତ୍। ମୁଁ କୃତଜ୍ଞ ଯେ ଟିଭିରେ କାମ ଛାଡିବା ପରେ ସୋସିଆଲ ମିଡିଆ ମୋ ଜୀବନରେ ଟଙ୍କାର ସମସ୍ୟା ହେବାକୁ ଦେଇ ନାହିଁ।

Launching Ceremony of “AYUSHMAN BHARAT

Comments are closed.