ମୁଲାୟମଙ୍କ ଦଳ ସମ୍ଭାଳିବେ ବୋହୂ: ମୈନପୁରୀ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ

ଲକ୍ଷ୍ମୌ : ଚଳିତ ବର୍ଷ ନିର୍ବାଚନ ପାଇଁ ମୁଲାୟମସିଂ ଯାଦବଙ୍କ ବୋହୂ ୪୪ ବର୍ଷିୟା ଡିମ୍ପଲ ଯାଦବ ଏଥର ଦଳ ସମ୍ଭାଳିବେ । ଏଥିପାଇଁ ମୈନପୁରୀ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଡିମ୍ପଲଙ୍କ ନାମ ଘୋଷଣା କରାଯାଇଛି । ଆସନ ମୁଲାୟମସିଂ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା ।

Dimple Yadav To Contest UP's Mainpuri After Father-In-Law Mulayam Singh Yadav's Death

ସୂଚନା ଥାଉଯେ, ଡିମ୍ପଲ ଯାଦବ ପ୍ରଥମଥର ପାଇଁ ୨୦୦୯ ରେ ଲୋକସଭା ନିର୍ବାଚନ ଲଢିଥିଲେ । ସେତେବେଳେ ଅଖିଳେଶ ଫିରୋଜାବାଦ ଆସନ ଛାଡି ଦେଇଥିଲେ । ଏହି ଏହାପରେ ୨୦୧୨ ରେ କେନୌଜ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଏଥିରେ ଡିମ୍ପଲ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଥିଲେ । ୨୦୧୪ ଲୋକସଭା ନିର୍ବାଚନରେ କନୌଜ ଆସନରୁ ଡିମ୍ପଲ ବିଜୟୀ ହୋଇଥିଲେ । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ଡିମ୍ପଲ ପରାଜିତ ହୋଇଥିଲେ । ବିଜେପିର ସୁବ୍ରତ ପାଠକ ଡିମ୍ପଲଙ୍କୁ ୧୦ ହଜାର ଭୋଟରେ ପରାଜିତ କରିଥିଲେ ।

Govt

Comments are closed.