ଏମି ପୁରସ୍କାର ଦୌଡରେ ଦିଲଜିତ୍‌

ସିଙ୍ଗର ତଥା ଆକଫର ଦିଲଜିତ ଦୋସାଞ୍ଜାଙ୍କୁ ଫିଲ୍ମ ଅମର ସିଂ ଚମକିଲା ପାଇଁ ଏମି ଇଣ୍ଟରନ୍ୟାସନାଲ ଆଓ୍ୱାର୍ଡ ନୋମିନେସନରେ ଏଣ୍ଟ୍ରି ମିଳିଛି । ଏହି ନୋମିନେସନ ତାଲିକାରେ ଦିଲଜିତ୍‌ଙ୍କ ନାଁଦୁଇଟି କାଟାଗୋରୀରେ ସାମିଲ ରହିଛି । ଏନେଇ ସୂଚନା ନିଜେ ଦିଲଜିତ ନିଜର ସୋସିଆଲ ମିଡିଆରେ ଦେଇଛନ୍ତି । ନିଜ ପୋଷ୍ଟରେ ସେ ଇମ୍‌ତିଆଜ ଅଲ୍ଲୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଗୋଟିଏରେ ତାଙ୍କୁ ବେଷ୍ଟ ପରଫର୍ମର କାଟାଗୋରୀରେ ସାମିଲ କରାଯାଇଛି । ଏହାସହ ତାଙ୍କ ଫିଲ୍ମ ଚମକିଲାକୁ ବେଷ୍ଟ ଟିଭି ମୁଭି/ ମିନି ସିରିଜ୍‌ କାଟାଗୋରୀରେ ନୋମିନେଟ କରାଯାଇଛି । ଏମି ଆଓ୍ୱାର୍ଡ ୨୦୨୪ର ଆୟୋଜନ ୨୪ ନଭେମ୍ବରରେ ନ୍ୟୁୟର୍କରେ ହେବାନେଇ ସୂଚନା ରହିଛି । ଏଥିରେ ୧୬ଟି କାଟାଗୋରୀରେ ପାଖାପାଖି ୬୪ଟି ନୋମିନେସନ ସାମିଲ କରାଯାଇଛି । ଯେଉଁଥିରେ ୨୬ଟି ଦେଶର କଳାକାର ଓ ଫିଲ୍ମ ସାମିଲ ରହିଛି । ଫିଲ୍ମ ଅମର ସିଂ ଚମକିଲା ୨୦୨୪ରେ ରିଲିଜ୍‌ ହୋଇଥିଲା ଯେଉଁଥିରେ ଦିଲ୍‌ଜିତ ଓ ପରୀଣିତି ଚୋପ୍ରାଙ୍କୁ ଲିଡ୍‌ ରୋଲରେ ଦର୍ଶକ ଦେଖିଥିଲେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଇମ୍‌ତିଆଜ ଅଲ୍ଲୀ ସମ୍ଭାଳିଥିଲେ । ଫିଲ୍ମଟିକୁ ଅନେକ ପୁରସ୍କାର ପୂର୍ବରୁ ମିଳିସାରିଛି ।

Launching Ceremony of “AYUSHMAN BHARAT

Comments are closed.