ଡିଆଇଡି ଲିଟଲ ମାଷ୍ଟର ଟାଇଟେଲ୍‌ ଜିତିଲେ ନୋବୋଜିତ୍‌

ମୁମ୍ୱାଇ: ଜୁନ ୨୭: ସରିଯାଇଛି ଜି-ଟିଭିର ଡାନ୍ସ ରିଆଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍‌ ମାଷ୍ଟର୍ସ ସିଜିନ୍‌ ୫ । ଏଥିରେ ବାଜି ମାରିଛନ୍ତି ୯ ବର୍ଷୀୟ ନୋବୋଜିତ ନାରଜାରୀ । ଅଳ୍ପ ବୟସରେ, ନୋବୋଜିତ କେବଳ ଟାଇଟଲ ଜିତିନଥିଲେ ବରଂ ସମସ୍ତ ବିଚାରପତିଙ୍କ ହୃଦୟ ମଧ୍ୟ ଜିତିଛନ୍ତି । ପ୍ରତ୍ୟେକ ପ୍ରଦର୍ଶନ ସହିତ, ନୋବଜିତ ନାରଜାରୀ ଆଗକୁ ଯାଇ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଡିଆଇଡି ଲିଟିଲ୍‌ ମାଷ୍ଟର୍ସ ୫-ର ଫାଇନାଲ୍‌ ରେ ଜୁଗ୍‌ ଜୁଗ୍‌ ଜିଓର ପୁରା ଷ୍ଟାରକାଷ୍ଟ ନଜର ଆସିଥିଲେ । ବରୁଣ ଧୱନ, କିଆରା ଆଡଭାନୀ, ଅନିଲ କପୁର, ମନିଷ ପଲ ଏବଂ ପ୍ରାଜକ୍ତା କୋଲି ମଞ୍ଚ ଉପରେ ଖୁବ ଧୁମ ମଚାଇଥିଲେ । ନୋବୋଜିତ ନାରଜାରିଙ୍କ ଶୈଳି ଥିଲା ହିପ୍‌ ହପ୍‌ । କି;ୁ ପ୍ରତ୍ୟେକ ଶୈଳୀରେ ନଜର ଆସିଛି ତାଙ୍କର ନିଜର ପରିଶ୍ରମ ଏବଂ ନିଷ୍ଠା । ଫାଇନାଲରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍‌ ମାଷ୍ଟର୍ସ ୫ ଟାଇଟଲ୍‌ ଜିତିବା ପାଇଁ ନୋବୋଜିତ ଆପାନ୍‌, ସାଗର, ଆଧ୍ୟାଶ୍ରୀ ଏବଂ ଇଶିତାଙ୍କୁ ସହଜରେ ପଛରେ ପକାଇଥିଲେ ।ତେବେ ଆପାନ୍‌ ପ୍ରଥମ ରନର୍ସ ଅପ୍‌ ହୋଇଥିବାବେଳେ ଆଧ୍ୟାଶ୍ରୀ ଦ୍ୱିତୀୟ ରନର୍‌ ଅପ୍‌ ହୋଇଥିଲେ ।

Comments are closed.