ଧାମନଗର ଭୋଟ୍‌ ଆରମ୍ଭ, ଏନ୍‌ଏସିର ୧୦ ନମ୍ବର ୱାର୍ଡରେ ଇଭିଏମ୍‌ ମେସିନ ଅଚଳ

ଭଦ୍ରକ: ଆଜି ବହୁ ପ୍ରତୀକ୍ଷିତ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଭୋଟ୍‌ ଆରମ୍ଭ ହୋଇଛି । ଅତିକମରେ ୭୦ ପ୍ରତିଶତ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ବୋଲି ଆକଳନ କରାଯାଉଛି । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜିର ଭୋଟଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଭୋଟର ପରିଚୟପତ୍ର ବ୍ୟତୀତ ସ୍ୱୀକୃତିପ୍ରାପ୍ତ ଅନ୍ୟ ୧୨ଟି ଡକ୍ୟୁମେଣ୍ଟକୁ ମଧ୍ୟ ଦେଖାଇ ଭୋଟ ଦେଇହେବ । ଭୋଟରଙ୍କ ପାଇଁ ୨୫୨ଟି କେନ୍ଦ୍ରରେ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ନିର୍ବାନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୩୮ହଜାର ୩୫୦ ଭୋଟର ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ରିପୋର୍ଟ ଅନୁସାରେ, ତିହିଡିର ୭୦ ବୁଥରେ ୬୮ ହଜାର ୫୦୬ ଜଣ ଭୋଟର ଭୋଟ ଦେବେ । ଧାମନଗର ବ୍ଲକର ୧୮୨ଟି ବୁଥରେ ମୋଟ ୧ ଲକ୍ଷ ୭୯ ହଜାର ୮୩୮ ଜଣ ଭୋଟର ଭୋଟ ଦେବେ । ମୋଟ ଉପରେ ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଭୋଟର ଭୋଟ ଦେବାକୁ ଥିବା ବେଳେ ୧ ଲକ୍ଷ ୧୫ ହଜାର ୩୧୪ ଜଣ ଭୋଟର ମତଦାନ କରିବେ ।

ଅନ୍ୟପଟରେ, ଆଜି ଧାମନଗର ନିର୍ବାଚନ ଆରମ୍ଭରୁ ହିଁ ଇଭିଏମ୍‌ ମେସିନ ଇଭିଏମ୍‌ ମେସିନ ଅଚଳ ହୋଇଥିବା ଜଣାପଡ଼ିଛି । ଏହି କାରଣରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଧାମନଗର ଏନ୍‌ଏସିର ୧୦ ନମ୍ବର ୱାର୍ଡରେ ଇଭିଏମ୍‌ ମେସିନ ଅଚଳ ହୋଇଛି । ସକାଳ ପ୍ରାୟ ୯ଟା ୪୫ ମିନିଟରେ ଇଭିଏମ୍‌ ମେସିନ ଅଚଳ ହୋଇଥିଲା । ଏଠାକୁ ମେକାନିକ୍‌ ଆସୁଥିବାର ସୂଚନା ରହିଛି । ଇଭିଏମ୍‌ ମେସିନ୍‌ ଠିକ୍‌ ନହେଲେ ନୂତନ ମେସିନ୍‌ ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି । ପୂର୍ବରୁ ବି ଧାମନଗର ନିର୍ବାଚନ ମଣ୍ଡଳୀର ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ୧୫ ନଂ ବୁଥରେ ଇଭିଏମ୍‌ ମେସିନ ଅଚଳ ହୋଇପଡ଼ିଥିବାର ଖବର ମିଳିଥିଲା ।

Launching Ceremony of “AYUSHMAN BHARAT

Comments are closed.